ସୋମବାର ରାଶିଫଳ (୦୯/୦୮/୨୦୨୧)

ମେଷ :  ମେଧାବୀ ଓ ସ୍ଥିତପ୍ରଜ୍ଞ ହୋଇପାରନ୍ତି। ସୁକର୍ମା ହେବେ। ଗୁପ୍ତ ବିଦ୍ୟା ଓ ଗୁପ୍ତ ଧନ ଯୁକ୍ତ ହେଇପାରନ୍ତି। ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସୁସ୍ଥ ଓ ନିରାମୟ ରହିବେ।

ବୃଷ :  ଦ୍ବିଜମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ଶାନ୍ତି, ଧର୍ମ, ବିନୟ ଓ ଦେବ ଆରଧାନା ନିରତ ହୁଏ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରିପାରନ୍ତି। ସରକାରୀ ସ୍ତରରୁ ଲାଭ ମିଳିବ।

ମିଥୁନ : ବୃକ୍ଷ, ଜଳ, ବନାଦିରୁ ଧନ ପ୍ରାପ୍ତ ହୁଏ। ନ୍ୟାୟ ମାର୍ଗରେ ଧନ ଅର୍ଜନ କରିବେ। ଇଷ୍ଟ ସୁଖ ଭୋଗ କରିପାରନ୍ତି। ପୁତ୍ରମାନଙ୍କର ପ୍ରୀତିକାରୀ ହେବେ। ଅତି ସୁଖୀ ଓ ହୃଷ୍ଟ ଚିତ୍ତ ହେବେ। ମନ ପ୍ରସନ୍ନ ରହିବ।

କର୍କଟ : ଜ୍ଞାନ-ଗରିମା ଯୁକ୍ତ ହେବେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। କର୍ମ ଚଞ୍ଚଳ ରହିବେ। ଶତ୍ରୁଘାତୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ପରୋପକାରୀ ଓ ସେବା ମନୋବୃତ୍ତି ସୃଷ୍ଟି ହେବ।

ସିଂହ :  ଦ୍ବିଜ ଓ ଦେବ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଯଜ୍ଞାଦି ଧର୍ମ କ୍ରିୟା ଓ ସାଧୁ ସେବା କାର୍ଯ୍ୟରେ ଆଗ୍ରହୀ ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଯେତେ ଦୁଃଖ କଷ୍ଟ ଆସିଲେ ବି ଭାଷା ମଧୁର ରହିବ।

କନ୍ୟା : ନବବସ୍ତ୍ର, ସୁପାତ୍ର, କୃଷି, ସେବା, ଶାସ୍ତ୍ର ଓ ସାଧୁ ହେତୁକ ଲାଭବାନ୍‌ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ। ନଗଦ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ତୁଳା : କାର୍ଯ୍ୟର ସଫଳତା ପରେ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ବାଣିଜ୍ୟ କାରବାର ଉନ୍ନତମାନର ହେବ। ପରୋପକାରୀ ଓ ସେବାକାରୀ ହେବେ। ଶୁଭକାର୍ଯ୍ୟ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ବିଛା : ବ୍ରତ, ଉପବାସ, ତୀର୍ଥାଶ୍ରୟ ଓ ସେବାରେ ଧର୍ମ ପ୍ରାପ୍ତ ହେବେ। ସର୍ବଦା ନିୟମ ଓ ସମୟାନୁବର୍ତ୍ତିତା ହେବେ। କ୍ଷମତାସୀନ ହେବେ ଓ ତା’ର ସଦ୍‌ ବ୍ୟବହାର କରି ପ୍ରଶଂସିତ ହେବେ। କୃତୀ ପ୍ରତିଯୋଗୀ ହେବେ।

ଧନୁ : ଦୁରୁହ କାର୍ଯ୍ୟର ସଫଳ ରୂପାୟନ କରି ଆଶ୍ବସ୍ତ ହେବେ। ସ୍ବାସ୍ଥ୍ୟ ରକ୍ଷା ପାଇଁ ବିଶୁଦ୍ଧ ଜଳପାନ କରିବାର ଆବଶ୍ୟକତା ଅଛି। ଅତିଥି ସତ୍କାର କରିବେ। କୁଳ ପ୍ରଧାନ ହେବେ। ନୀତି, ନିୟମର ସଦ୍‌ ବ୍ୟବହାର କରିବେ।

ମକର :  ଅବିବାହିତମାନଙ୍କର ମନୋବୃତ୍ତିରେ ସୌଭାଗୀ ଯୁକ୍ତା, କଳଙ୍କ ରହିତା ଓ ସଂଯମୀ କନ୍ୟା ସହ ବିବାହ ସମ୍ବଦ୍ଧ ସ୍ଥିର ହେବ। କାର୍ଯ୍ୟରେ ସଫଳତା ପାଇ ସୁଖୀ ହେବେ। ସୁସ୍ବାଦୁ ଭୋଜନରେ ଆନନ୍ଦ ଉପଭୋଗ କରିବେ।

କୁମ୍ଭ : ଗୃହୀ, ଆତୁର, ବ୍ରାହ୍ମଣ, ରାଜା ଓ ମହାଜନର ଶତ୍ରୁ ହୋଇପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶତ୍ରୁକୁ ପରାଜିତ କରି ମନର ମାନସିକ ଶାନ୍ତି ଫେରିପାଇବେ।

ମୀନ : ପୁତ୍ରମାନେ ପ୍ରସିଦ୍ଧି, କୀର୍ତ୍ତିମାନ୍‌, ମହାନୁଭବ, ଧନ ଓ ବିନୟାଦି ଯୁକ୍ତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପଢ଼ାପଢ଼ିରେ ମନୋନିବେଶ କରିବେ।

Comments are closed.