ଶୁକ୍ରବାର ରାଶିଫଳ ( ୦୭/୦୫/୨୦୨୨୧

ମେଷ : ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନ ବାହନଯୁକ୍ତ ହୋଇପାରନ୍ତି। ଭୋଗ ବିଳାସରେ ଦିନଟି ଅତିବାହିତ ହୋଇପାରେ। ଅପାର ଗୁଣର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ। ସରକାରୀ ଅର୍ଥ ମିଳିବ।

ବୃଷ : ରୋଜଗାର ଆଶାନୁରୂପ ହେବ। ସରକାରଙ୍କ ସ୍ତରରୁ ସମ୍ମାନ ସହିତ ଧନପ୍ରାପ୍ତିର ସୂଚନା ମିଳୁଛି। ଗୃହ ସ୍ୱାସ୍ଥ୍ୟପ୍ରଦ ହୋଇପାରେ। କୀର୍ତ୍ତିମାନ୍‍ ହେବେ। ସ୍ବତ୍ବାଧିକାରୀ ହୋଇପାରନ୍ତି। ବହୁ ବିଧ ଧନ ପାଇ ସନ୍ତୁଷ୍ଟ ହେବେ।

ମିଥୁନ : ଧନବାନ୍‍ ହେବେ। ମହିଳା ସଂଘ ପାଇଁ କାର୍ଯ୍ୟ କରିବେ। ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ହୋଇପାରନ୍ତି। ଧନଶାଳୀ ହେବା ଆଶା କରାଯାଏ। ସରକାରୀ ଅର୍ଥ ମିଳିପାରେ।

କର୍କଟ : ବୁଦ୍ଧିମାନ୍‍ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ଧନ ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ। ପୁଣ୍ୟବାନ୍‍ ହେବେ। ସୁଶୀଳ ଶୁଦ୍ଧ ସ୍ୱଭାବଯୁକ୍ତ ହେବେ।

ସିଂହ : କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଧର୍ମାସକ୍ତ ହେବେ। ମତିମାନ୍‍ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁକ ସୁଖଭୋଗ କରିବେ। ମାତୃ ବର୍ଗ ସହ ବିଷମଭାବାପନ୍ନ ହୋଇପାରନ୍ତି। ତାମ୍ର, ସୁବର୍ଣ୍ଣ, ପ୍ରବାଳ ଆଦି ବସ୍ତୁ ଲାଭ ହୋଇପାରେ।

କନ୍ୟା : କ୍ରୋଧ ସମ୍ବରଣ କଲେ ବହୁ ଶୁଭଫଳ ପ୍ରାପ୍ତ ହେବେ। ରାଜତୁଲ୍ୟ ସମ୍ମାନର ଅଧିକାରୀ ହେବେ। ଅଳ୍ପକେ ସନ୍ତୁଷ୍ଟ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ବିବିଧ ଧନଲାଭର ସୂଚନା ମିଳୁଛି।

ତୁଳା : ଆତ୍ମ ସଂଯମୀ ହେବେ। ନିସର୍ଗ ସୁୁଖ ଭୋଗ କରିବେ। ପ୍ରଭୁତ୍ୱ ବିସ୍ତାର କରିପାରନ୍ତି। ଶାସ୍ତ୍ର ବିଚକ୍ଷଣ ହେବେ। ଉତ୍ତମ ମିତ୍ର ଓ ପୁତ୍ର ଲାଭର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି। ବାକ୍‍ପଟୁ ହେବେ।

ବିଛା : ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ। ସୁବକ୍ତା ହେବେ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ସହଯୋଗୀ ମାନଙ୍କର କୃପାପାତ୍ର ହେବେ। ଦେବ ଗୁରୁ ପ୍ରସକ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ।

ଧନୁ : ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିଳାସ ବ୍ୟସନ କରିପାରନ୍ତି। ଯାନବାହନଯୁକ୍ତ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ପ୍ରବଳ ପ୍ରତାପୀ ହେବେ। ସପତ୍ନୀକ ଦକ୍ଷ ହେବେ।

ମକର : ଆଶାବାଦୀ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ଧର୍ମମତି ହୋଇପାରନ୍ତି। ଜୀବନବଲ୍ଲଭ ଭାବେ ସାମାଜିକ କ୍ଷେତ୍ରରେ ପରିଗଣିତ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ।

କୁମ୍ଭ : ବେଦପଥାବଲମ୍ବୀ ହେବେ। ବୀରକର୍ମା ହୋଇପାରନ୍ତି। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ରାଜବଂଶ ପୂଜିତ ହେବେ। ଧନବାନ୍‍ ହେବେ। ଅପାରଗୁଣର ଅଧିକାରୀ ହେବେ। ଉପାର୍ଜନକାରୀ ହେବେ। ବିଶୁଦ୍ଧଭାଷୀ ହେବେ।

ମୀନ : ଅନୁଗତମାନଙ୍କ କଲ୍ୟାଣ ସାଧନ ପାଇଁ ଧନବ୍ୟୟ କରିପାରନ୍ତି। ବିତ୍ତବାନ୍‍ ହୋଇପାରନ୍ତି। ସୁନ୍ଦର ଓ ମୂଲ୍ୟବାନ୍‍ ବସ୍ତୁଲାଭର ସୂଚନା ମିଳୁଛି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଉପୁଜିଥିବା ବାଧା ବିଘ୍ନ ଏଡାଇ ଆଗକୁ ବଢ଼ିବେ।

Comments
Loading...