ଶୁକ୍ରବାର ରାଶିଫଳ (୦୭/୦୧/୨୦୨୨)

ମେଷ :  ବିରୋଧୀମାନଙ୍କ ମୁଖ ବନ୍ଦ କରିପାରନ୍ତି। ଧନରତ୍ନ ଲାଭର ସୂଚନା ମିଳୁଛି। ମହାନ୍‌ ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଉଚ୍ଚାସନରେ ଅସୀନ ହୋଇପାରନ୍ତି।

ବୃଷ : ବିବେକାନୁମୋଦିତ କାର୍ଯ୍ୟକରି ଆତ୍ମସନ୍ତୋଷ ଲାଭ କରିବେ। ସତ୍ୟର ପୂଜାରୀ ହେବେ। ନିଃସର୍ଗ ସୁଖର ଅଧିକାରୀ ହେବେ। ସାମାଜିକ ସ୍ତରରେ ପ୍ରାଧାନ୍ୟ ରହିବ। ସମସ୍ତ କଳ୍ମଷ ଦୂର ହେବ।

ମିଥୁନ : ଭୋଗପ୍ରିୟ ହୋଇପାରନ୍ତି। ସୁବକ୍ତା ଭାବେ ଖ୍ୟାତି ଅର୍ଜନ ସହ ଶୌର୍ଯ୍ୟ ସମ୍ପନ୍ନ ହୋଇପାରନ୍ତି। ଉପକାରୀଙ୍କ ନିକଟରେ କୃତଜ୍ଞ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ଓ ବୁଦ୍ଧିମାନ୍‌ ହେବେ।

କର୍କଟ : କୁମିତ୍ରମାନଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ। ଯାନ-ବାହନ ଚଳାଚଳରେ ସତର୍କ ରହିବେ। ଜଳଯାତ୍ରା ନିଷିଦ୍ଧ। ସରକାରୀ ସ୍ତରରୁ କିଛି ଅର୍ଥ ମିଳିପାରେ। ମାନସିକ ଅଶାନ୍ତି ଦୂର ହୋଇପାରେ।

ସିଂହ : ବହୁ ସୁମିତ୍ରଙ୍କ ସାନ୍ନିଧ୍ୟ ପାଇବେ। ଶାସ୍ତ୍ରଜ୍ଞ ହେବେ। ଗ୍ରହପୂଜା ମିଳିବ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

କନ୍ୟା : ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। କର୍ମବୀର ଭାବେ ସୁଖ୍ୟାତି ଅର୍ଜନ କରିବେ। ଋଣଦାତାଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହେବେ। ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି। ସୁଖୀ ହେବେ।

ତୁଳା : ନିଃସର୍ଗ ସୁଖ ଉପଭୋଗ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଭୂତ ବିସ୍ତାର କରିବେ। ସନ୍ତାନମାନେ ସୁଶୀଳ ଓ ମନୋହର କାନ୍ତିଯୁକ୍ତ ହେବେ। ସେବା ପରାୟଣ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ।

ବିଛା : ଜଣେ ପ୍ରବକ୍ତାଭାବେ ଜନ ସମର୍ଥନ ଲାଭ କରିବେ। କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ଦେବ ଓ ଗୁରୁଜନ ଭକ୍ତିରେ ଅଟଳ ରହିବେ। ସର୍ବୋଚ୍ଚ ଆସନ ଲାଭ କରିପାରନ୍ତି।

ଧନୁ : ନିଜ ରାଜ୍ୟ ବ୍ୟତୀତ ପଡ଼ୋଶୀ ରାଜ୍ୟରେ ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଦୟାଳୁ, ସମ୍ୟକ୍‌ ତତ୍ତ୍ବଦର୍ଶୀ ହୋଇପାରନ୍ତି। ଦିନଟି ପରମ କଲ୍ୟାଣୀୟ ହେବ। ସ୍ବଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ।

ମକର : ଜନବଲ୍ଲଭଭାବେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ସଦା ଉଦ୍ୟମୀ ହେବେ। ସାମାଜିକ ସ୍ତରରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିପାରନ୍ତି। ତେଜୀୟାନ ହେବେ। ସୁସନ୍ତାନଯୁକ୍ତ ହେବା ଆଶା କରାଯାଏ।

କୁମ୍ଭ : ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଅନୁଗତଙ୍କ ପ୍ରାଣାଧିକ ହେବେ। ବୀରକର୍ମା ଓ ଧାର୍ମିକ ହେବେ। ବେଦ ପଥାବଲମ୍ବୀ ହୋଇପାରନ୍ତି। ଦୃଢ଼ବିକ୍ରମ ଯୁକ୍ତ ଓ ସତ୍ୟାନୁରାଗୀ ହେବେ।

ମୀନ : ବନ୍ଧୁମାନେ ପାଖରୁ ଅନ୍ତର ହେବାର ସୂଚନା ମିଳୁଛି। ପାପ, ତାପ, ପରିହରକ ହୋଇପାରନ୍ତି। ବିଦ୍ୟା ଅର୍ଜନ ପୂର୍ବକ ଚରିତ୍ରବତ୍ତା ବ୍ରତ ଗ୍ରହଣ କରିବେ। ହାସ୍ୟ ମୁଖରେ ପରକୁ ଆପଣାର କରିପାରନ୍ତି।

Comments are closed.