ଗୁରୁବାର ରାଶିଫଳ (୦୬/୦୧/୨୦୨୨)

ମେଷ :  ଈପ୍‌ସିତ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ଅର୍ଥପ୍ରାପ୍ତି ଓ ସମ୍ମାନିତ ହେବେ।

ବୃଷ : କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ଦ ଚିତ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ବ୍ୟବସାୟ ଲାଭଜନକ ହେବ। ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛାଭାବ ରହିବ।

ମିଥୁନ : ଭାଗ୍ୟଶାଳୀ ହେବେ। ଜ୍ଞାନୀମାନଙ୍କ ମଧ୍ୟରେ ଅଗଗଣ୍ୟ ହୋଇପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ : ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳତା ଅନୁଭବ କଲେ ବି ପାପଗ୍ରହ ରାହୁଙ୍କ ପ୍ରଭାବରୁ ବାଣିଜ୍ୟ କାରବାର ଲାଭଜନକ ହେବ। ବସ୍ତ୍ର-କାଞ୍ଚନ ପ୍ରାପ୍ତିର ସୂଚନା ମିଳୁଛି। ଅଷ୍ଟମ ଚନ୍ଦ୍ର ଯୋଗୁଁ  ସତର୍କ ରହିବେ।

ସିଂହ : ବନ୍ଧୁ ମିଳନ ଘଟିବ। ସର୍ବଦର୍ଶୀ ହେ‌େ​‌ବ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନି​ୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ।

କନ୍ୟା : ଦୁଃସାହସିିକ ପଦକ୍ଷେପ ନେଇ ଶତ୍ରୁକୁ ପରାଜିତ କରିବେ। ସୁସ୍ଥ ଓ ନିରାମୟ ରହିବେ। ଭ୍ରାତୃ ସହଯୋଗ ମିଳିବ। ପ୍ରତିଷ୍ଠିତ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ତୁଳା : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରୀ ଉଠାଣ ଫଳ ସପକ୍ଷରେ ଯାଇପାରେ। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଧନାଗମ ହେବ।

ବିଛା : ଉଦାର ପ୍ରକୃତିର ହୋଇପାରନ୍ତି। ସ୍ବେଚ୍ଛାକୃତ ଦାନ କରି ଆତ୍ମସନ୍ତୋଷ ଲାଭ କରିବେ। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କୃଷିକର୍ମ ଲାଭଦାୟକ ହେବ। ପୁଣ୍ୟବାନ୍‌ ଓ ସୁବିମଳ ଯଶସ୍ବୀ ହେବେ।

ଧନୁ : ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି। ଭାଷା ଓ ବ୍ୟବହାର ମଧୁର ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ବନ୍ଧୁ ପ୍ରେମୀ, ଧାର୍ମିକ ଓ ବିଦ୍ବାନ୍‌ ହୋଇପାରନ୍ତି।

ମକର : ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି । ଭାଗ୍ୟଶାଳୀ ହେବେ। ବିକଶିତ ବ୍ୟକ୍ତିତ୍ବଯୁକ୍ତ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ : ସେବା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ। ଈପ୍‌ସିତ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଅନବଦ୍ୟ ରଚନା ପାଇଁ ଧନବାଦାର୍ହ ହେବେ। ସୁମିଷ୍ଟ ଭୋଜନ ସହ ଚିନ୍ତାଶୀଳ ହେବେ।

ମୀନ : କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ ଚଳାଇ ପାରନ୍ତି। ନିରଳସ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ ଓ ବ୍ୟବହାର ଦ୍ବାରା ପରକୁ ଆପଣାର କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

Comments are closed.