ଶନିବାର ରାଶିଫଳ (୦୬/୦୮/୨୦୨୨)

ମେଷ : ବନ୍ଧୁମିଳନ ଶୁଭଦାୟକ ହେବ। ବ୍ୟବସାୟ ଲାଭଜନକ ହେବ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ଯତ୍ନଶୀଳ ହେବାକୁ ପଡ଼ିବ।

ବୃଷ : ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। କୌଶଳ ପ୍ରୟୋଗ କରି ଶତ୍ରୁ ଦମନ କରିପାରନ୍ତି। ଚାକିରିରେ ଚମତ୍କାରିକ ଲାଭପ୍ରାପ୍ତ ହେବେ। କରଜ ଶୁଝିବେ।

ମିଥୁନ : ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ଧାର୍ମିକ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ।

କର୍କଟ : ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି। ଦାନଶୀଳ ହେବେ। ଉଦାର ଚରିତସମ୍ପନ୍ନ ହେବେ। ଫସଲ ପ୍ରସ୍ତୁତିର ଉଦ୍ୟମ ଜାରି ରଖିବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ସିଂହ : ମନରେ ପ୍ରସନ୍ନତା ଭାବ ଦେଖାଦେବ। ଆତ୍ମବିଶ୍ବାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡାକଫରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି। ମେଳାପୀ ପ୍ରକୃତିର ହେବେ। ପ୍ରତି କାର୍ଯ୍ୟରେ ସଫଳତା ମିଳିବ।

କନ୍ୟା : ଧନ ଅର୍ଜନ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିପାରନ୍ତି। ସହନଶୀଳ ମନୋଭାବର ହୋଇପାରନ୍ତି। ଜୀବନ ସୁଖପ୍ରଦ ହେବ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ତୁଳା​‌ : ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଊଣା ହେବ ନାହିଁ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ।

ବିଛା : ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଲୋକସମ୍ପର୍କ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଶଂସିତ ହେବେ। ସହନଶୀଳ ହୋଇପାରନ୍ତି। ବ୍ୟବସାୟକୁ ସମ୍ପ୍ରସାରିତ କରିବେ।

ଧନୁ : କରିତ୍‌କର୍ମା ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅସାଧ୍ୟ ସାଧନ କରିପାରନ୍ତି। ବ୍ୟବହାର ଭଦ୍ରୋଚିତ ହେବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଆୟ ଆଶାନୁରୂପ ହେବ।

ମକର : ବ୍ୟବସାୟ ଲାଭଜନକ ହେବ। କୁଳ ପ୍ରଦୀପ ହେବେ। ପାରିବାରିକ ସ୍ନେହଶ୍ରଦ୍ଧା ଅତୁଟ ରହିବ। ଦୟାର୍ଦ୍ର ମନୋବୃତ୍ତିର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସରକାରଙ୍କ କୃପାପାତ୍ର ହେବେ।

କୁମ୍ଭ : ସେବା ଧର୍ମର ଉଳ ପ୍ରଦୀପ ହେବେ। ସଂକଳ୍ପ ଓ ସମର୍ପଣ ଭାବ ହିଁ ଶୀର୍ଷାସନ ଦେବ। କ୍ଷମତାର ସଦୁପଯୋଗ କରି ଅନୁଗତଙ୍କ ଆସ୍ଥାଭାଜନ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ।

ମୀନ : କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ପଡ଼ୋଶୀଙ୍କ ସହାୟତା ଗ୍ରହଣ କରିବାରେ କୁଣ୍ଠା ପ୍ରକାଶ କରିବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଆଜି ପୂର୍ବାହ୍ଣରେ ସର୍ତକତାରେ ଚଳିବାକୁ ପଡ଼ିବ। n

Comments are closed.