ସୋମବାର ରାଶିଫଳ (୦୫/୧୦/୨୦୨୦)

ମେଷ: ଅର୍ଥପ୍ରାପ୍ତିର ସୁଯୋଗ ଅଛି। ଅଧିକ ଆୟ ପାଇଁ ଆଶାବାଦୀ ହେବେ; ମାତ୍ର ଘାତ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ। ଶତ୍ରୁକୁ ପରାଜିତ କରିପାରନ୍ତି। ସୁଗୁଣ ସମ୍ପନ୍ନ ହେବେ। ଉତ୍ତମା ସ୍ତ୍ରୀ ଓ ପୁତ୍ରଯୁକ୍ତ ହୋଇପାରନ୍ତି।
ବୃଷ: ଯୋଗାଯୋଗ ଶୁଭଦାୟକ ହେବ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ପାରିବାରିକ ସୁଖ ମିଳିବ। ମନ ପ୍ରଫୁଲ୍ଲ ରହିବ। ବସ୍ତ୍ର ଭୂଷଣ ଲାଭ ହୋଇପାରେ। ଯାନ ସୁଖ ମିଳିପାରେ। ଦେବପୂଜା ନିରତ ହେବେ।
ମିଥୁନ: ହସ-ଖୁସିରେ ଦିନଟି ବିତାଇ ପାରନ୍ତି। ଅର୍ଥ ସହିତ ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ବନ୍ଧୁ ମିଳନ ଘଟିପାରେ। କର୍ମକ୍ଷେତ୍ର ଉନ୍ନତି ଘଟିବ। ବିନୀତ ସ୍ୱଭାବ ସମ୍ପନ୍ନ ହେବେ। ସ୍ତ୍ରୀ ଧନହେତୁ ସୁଖୀ ହେବେ।
କର୍କଟ: କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାର ପାତ୍ର ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କଳ୍ପନା ବିଳାସୀ ହୋଇପାରନ୍ତି। ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ବିବାଦରେ ବିଜୟୀ ହେବେ।
ସିଂହ: କର୍ମଚଞ୍ଚଳ ରହିବେ। ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦୟାଳୁ ସ୍ୱଭାବର ହେବେ।
କନ୍ୟା: ଅନଟନରୁ ବର୍ତ୍ତିଯାଇ ଆଶ୍ୱସ୍ତ ହେବେ। ବନ୍ଧୁ ସହାୟତା ପାଇ ଉପକୃତ ହେବେ। ଅସୁସ୍ଥତାର ଉପଶମ ହେବ। ଶତ୍ରୁ ବାଦ ହୋଇ ଅପସରି ଯିବ। ସ୍ୱାଭିମାନୀ ହେବେ। ଭାଗ୍ୟବାନ୍ ହେବେ। ପିତୃ ଭକ୍ତଯୁକ୍ତ ହେବେ।
Related Posts
Comments are closed.