ସୋମବାର ରାଶିଫଳ (୦୫/୦୭/୨୦୨୧)

ମେଷ : ଧନବାନ୍‌ ହେବା ଆଶା କରାଯାଏ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ବଳିଷ୍ଠ ହେବେ। ଉପାର୍ଜନ ଊଣା ହେବ ନାହିଁ। ଚଞ୍ଚଳ ମନା ହେବେ। ଲୋକ ପୂଜ୍ୟ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ବୃଷ : କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଦେବ କାର୍ଯ୍ୟ ସମ୍ପାଦନ ପାଇଁ ନାମାବଳି ବସ୍ତ୍ର ପରିଧାନ କରିପାରନ୍ତି। ଧାତୁ ଦ୍ରବ୍ୟ କ୍ରୟ କରିପାରନ୍ତି। ଶତ୍ରୁଯୁକ୍ତ ଓ କ୍ରୋଧିତ ହୋଇପାରନ୍ତି।

ମିଥୁନ : ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଲାଭ ହେବ। ପ୍ରୀତିଲାଭ କରିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। ଭୋଗୀ ହେବେ। ପ୍ରସନ୍ନତା ଲାଭ କରିବେ।

କର୍କଟ : ସୁଖ-ସନ୍ତୋଷ ମିଳିବ। କୂପ ଖନନ, ଚାରା ରୋପଣ, ରାସ୍ତାଘାଟ ନିର୍ମାଣ କରି ଧନ ଅର୍ଜନ କରିପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ବାସ ଉପଯୋଗୀ ହେବ। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି।

ସିଂହ : କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସ୍ବଧର୍ମ କ୍ରିୟା ସମ୍ପାଦନ କରିପାରନ୍ତି। ପରଧର୍ମ ଗ୍ରହଣରେ ଆଗ୍ରହୀ ହେବେ। ଧନବାନ୍‌ ହୋଇପାରନ୍ତି। ମହିଳା ଗୋଷ୍ଠୀର ନେତୃତ୍ବ ନେଇ ହିତ ସାଧନ କରିବେ। ଦାମ୍ପତ୍ୟ ସୁଖ ମିଳିବ।

କନ୍ୟା : ସୁଖ ମିଳିବା କଷ୍ଟସାଧ୍ୟ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅପରାହ୍ଣରୁ ଜ୍ଞାନ-ଗରିମା ଯୁକ୍ତ ହୋଇପାରନ୍ତି। ପରୋପକାରୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ତୁଳା : ପତ୍ନୀ ଗୁଣବତୀ ଓ ବିବିଧ ଧନଯୁକ୍ତା, ପଦାର୍ଥ ପ୍ରିୟ। ଧର୍ମଯୁକ୍ତା, ପୁତ୍ରଯୁକ୍ତା ହୁଏ। ବିନୀତା ସ୍ବଭାବ ସମ୍ପନ୍ନା ହେବେ। ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ। ସୁବର୍ଣ୍ଣାଦି ଲାଭ ହୋଇପାରେ।

ବିଛା : ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶତ୍ରୁ ବିନାଶ କରିବାରେ ପାରଙ୍ଗମ ହେବେ। କୁଳ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହୋଇପାରନ୍ତି। ଅତିଥି ସତ୍କାର କରିବେ। ନୀତିନିଷ୍ଠ ଭାବେ ସାମାଜିକ ଆଦର ପାଇବେ।

ଧନୁ : ସତ୍‌ଚରିତ୍ର ଯୁକ୍ତ ହେବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ସେବାପ୍ରିୟ ହେବେ। ମାନ-ସମ୍ମାନ ଯୁକ୍ତ ହେବେ। ପୁତ୍ରଲାଭର ସୂଚନା ମିଳୁଛି। ଜ୍ଞାନୀ ଓ ଭଗବତ୍‌ ପ୍ରେମୀ ହେବେ। ଦେବବ୍ରାହ୍ମଣ ଭକ୍ତ ହୋଇପାରନ୍ତି।

ମକର : ଜଳାଶୟ ଆଦିରୁ, ପିତୃ ସେବାରୁ ଓ ଗୃହ ଧର୍ମରୁ ସୁଖ ମିଳିବ। କୃଷି କ୍ଷେତ୍ରକୁ ତ୍ବରାନ୍ବିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧ ଭାଷୀ ହେବେ।

କୁମ୍ଭ : କ୍ଷମତାଧାରୀ ହେବେ। ସତ୍ୟଯୁକ୍ତ ହେବେ। ସୁଶୀଳ ହେବେ। ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ। କୃତଜ୍ଞ ହୋଇପାରନ୍ତି। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହେବେ।

ମୀନ : ଉପବାସାଦିକରି ଧର୍ମକ୍ରିୟାରତ ହୋଇପାରନ୍ତି। ବିଦ୍ୟା ପ୍ରଭାବରେ ବ୍ୟବସାୟରେ ମାତା-ପିତାଦିଙ୍କ କଲ୍ୟାଣଠାରୁ ଧନଲାଭ କରିବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ଓ କୀର୍ତ୍ତିମାନ ହେବେ।

Comments are closed.