ରବିବାର ରାଶିଫଳ(୦୫.୦୭.୨୦୨୦) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Amulya Last updated Jul 5, 2020 Share ମେଷ: ସତ୍ସଙ୍ଗୀ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ଲାଭ କରି ଏହାର ସଦ୍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳାମାନେ କର୍ମଠ ହେବା ଆଶା କରାଯାଏ। ବୃଷ: ଆଳସ୍ୟ ପରାୟଣ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ସମ୍ମାନିତ ହେବେ। ଶିଳ୍ପ କ୍ଷେତ୍ରରେ ଥିବା ଅଭିଜ୍ଞତା ପ୍ରତିପାଦନ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କତା ରହିବେ। ମିଥୁନ: ସୁଖକର ଘଟଣାମାନ ଘଟିବ। ସୁଖ ସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିବେ। ମହିଳାମାନେ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। କର୍କଟ: ଶତ୍ରୁ ଦମନରେ ସଫଳ ହେବେ। ମାନସିକ ଶାନ୍ତି ମିଳିବ। ସୁ ସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ କରିପାରନ୍ତି। କରଜ ସୁଝିବେ। ମହିଳାମାନେ ସୁଖୀ ହେବେ। ସିଂହ: ପଢ଼ା-ପଢ଼ିରେ ମନୋନିବେଶ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ମହିଳାମାନଙ୍କୁ ଦାମ୍ପତ୍ୟ ସୁଖ ମିଳିବ। କନ୍ୟା: ଜନପ୍ରିୟ ହୋଇପାରନ୍ତି। ସତ୍ପଥଗାମୀ ହେବେ। ବିଖ୍ୟାତ କାର୍ଯ୍ୟ କରି ଜନ ସମାଜରେ ପ୍ରଶଂସିତ ହେବେ। ଉପକାରୀ ଲୋକ ପାଖରେ କୃତଜ୍ଞ ହେବେ। ସୁ ବକ୍ତା ହେବେ। ଯାନବାହନ ସୁଖ ମିଳିବ। ମହିଳାମାନେ ଭୂଷଣଯୁକ୍ତ ହେବେ। Related Posts ଶିକ୍ଷଣ ଓ ପୁସ୍ତକ ଅଧ୍ୟୟନ ମଣିଷକୁ ସଫଳତାର… Mar 2, 2021 ଭାରତକୁ ଆତ୍ମନିର୍ଭର ହେବାରେ ସାହାଯ୍ୟ କରିବ… Mar 2, 2021 ତୁଳା: ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଉପଯୁକ୍ତ ରହିଛି। ଦେବ ଦର୍ଶନରେ ରିଷ୍ଟ ଖଣ୍ଡନ ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସରକାରୀ ସ୍ତରରୁ ଲାଭ ମିଳିବ। ମହିଳାମାନେ ସୁଖୀ ହେବେ। ବିଛା: ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି। ଖୁସି ରହିବେ। ଧନାଗମର ସୂଚନା ମିଳୁଛି। ଶ୍ରେଷ୍ଠ ପଦବାଚ୍ୟ ହୋଇପାରନ୍ତି। ଜନ ବଲ୍ଲଭର ପରିଚୟ ସୃଷ୍ଟି କରିବେ। ମହିଳାମାନେ ପାରଙ୍ଗମ ହେବେ। ଧନୁ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍ ହୋଇପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। କୀର୍ତ୍ତିିମାନ ହେବେ। ମକର: ବ୍ୟୟ ଯୋଗ ଅଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି। ବନ୍ଧୁମାନେ ଆଡ଼ ହୋଇ ଯିବାର ଆଶଙ୍କା ଅଛି। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିବେ। ଗୁଣବାନ୍, ଧନୀ ଓ ମାନୀ ହେବେ। ମହିଳାମାନେ ଖୁସି ରହିବେ। କୁମ୍ଭ: ମନ ପ୍ରଫୁଲ୍ଲ ରହିବ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ସୁ ସମ୍ବାଦ ପାଇ ଖୁସି ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ବିଜୟୀ ହେବେ। ଶ୍ରେଷ୍ଠ ପଦ-ପଦବୀ ମିଳିବ। ମୀନ: କର୍ମ ଚଞ୍ଚଳ ରହିବେ। ସୁ ସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରୁ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟରେ ମନୋ-ନିବେଶ କରିପାରନ୍ତି। ବିବାଦରେ ବିଜୟୀ ହେବେ। ମହିଳାମାନେ ପ୍ରଶଂସିତ ହେବେ। Share FacebookTwitterWhatsApp