ଗୁରୁବାର ରାଶିଫଳ (୦୫/୦୮/୨୦୨୧)

ମେଷ :  କାର୍ଯ୍ୟରେ ସଫଳତା ମିଳିବ। ଅସାଧ୍ୟ ସାଧନ କରିପାରନ୍ତି। ଆତ୍ମବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। କଥାବାର୍ତ୍ତାର ଶୈଳୀ ମାଧୁର୍ଯ୍ୟପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁ ପ୍ରେମୀ ଓ ବିଦ୍ବାନ ହେବେ।

ବୃଷ : ଆଶାବାଦୀ ହୋଇ ପାରନ୍ତି। ସୌଭାଗ୍ୟଶାଳୀ ହେବେ। ଉତ୍ତମ ବନ୍ଧୁତ୍ବ ସମ୍ପନ୍ନ ହେବେ। ମିଷ୍ଟଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ। ଉଦାର ସ୍ବଭାବ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ମିତ୍ରସ୍ନେହୀ ହେବେ।

ମିଥୁନ : ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। 

କର୍କଟ : ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଉପୁଜିପାରେ। କର୍ମଚଞ୍ଚଳ ରହିବେ। ଏକାନ୍ତ ବାସ ତଥା ସାଧନାର ପ୍ରଥମ ସୋପାନରେ ପଦାର୍ପଣ କରିପାରନ୍ତି। ମଧୁରଭାଷୀ ହେବେ।

ସିଂହ : ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଅର୍ଥ ମିଳିବ।

କନ୍ୟା :  କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ସଦ୍ଦିଚ୍ଛା ଅତୁଟ ରହିବ। ସତର୍କତାର ଦିନ।

ତୁଳା :  ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ହେବେ। ବିଳାସବ୍ୟସନରେ ଦିନଟି ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ମନ ପ୍ରସନ୍ନ ରହିବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

ବିଛା : ଖର୍ଚ୍ଚାନ୍ତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଜଳପଥ ଯାତ୍ରା ନ କରିବା ଭଲ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ରହିବେ।

ଧନୁ :  ବନ୍ଧୁ ମିଳନରେ ଯୋଗଦେଇ ପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ମନ ବଳାଇ ପାରନ୍ତି। ନିଜ କାର୍ଯ୍ୟ ପାଇଁ ମନରେ ଗର୍ବଭାବ ଉଦ୍ରେକ ହେବ। ଶାନ୍ତି ଓ ଧୈର୍ଯ୍ୟବାନ୍‌ ହେବେ। ଦାମ୍ପତ୍ୟ ସୁଖ ମିଳିବ।

ମକର : ଆତ୍ମ ସଂଯମୀ ହେବେ। ଜ୍ଞାନୀ ଓ ଭଗବତ୍‌ ବିଶ୍ବାସୀ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

କୁମ୍ଭ : କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ତନ୍ତ୍ର, ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ନିର୍ବିକାର ହେବେ।

ମୀନ : ଉଦାର ପ୍ରକୃତିର ହେବେ। ଅଭିମାନୀ ହୋଇପାରନ୍ତି। ଦାନଶୀଳ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ପ୍ରାଣୀମାନଙ୍କ ପ୍ରତି ଦୟାଶୀଳ ହେବେ। ବୁଦ୍ଧିମାନ ହେବେ।

Comments are closed.