ମଙ୍ଗଳବାର ରାଶିଫଳ (୦୫/୦୪/୨୦୨୨)

ମେଷ : ଉପୁଜିିଥିବା ସମସ୍ୟାର ସମାଧାନ ହେବ। ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ତ୍ୟାଗଶୀଳ ହେବେ। ମତିମାନ୍‌ ହୋଇପାରନ୍ତି। ମନ ଚଞ୍ଚଳ ରହିବ। କୀର୍ତ୍ତିମାନ୍‌ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ।

ବୃଷ : ଆୟ ଯଥେଷ୍ଟ ପରିମାଣର ହେବ। ସରକାରୀ ବା ବନ୍ଧୁଙ୍କ ଦ୍ବାରା ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତ ହେବ।

ମିଥୁନ : ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ। ପତ୍ନୀଙ୍କ ବିଳାସବ୍ୟସନ ପାଇଁ ଧନ ବ୍ୟୟ କରିପାରନ୍ତି। ଭାଷା ମଧୁର ଯୋଗଁୁ ଆଦରଣୀୟ ହେବେ।

କର୍କଟ : କର୍ମକ୍ଷେତ୍ର​‌ ଉତ୍ସାହବୋଧ ହେବ। ଜ୍ଞାନଗରିମାଯୁକ୍ତ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ପ୍ରାପ୍ତି ସହ ସମ୍ମାନିତ ହେବେ। କରିତ୍‌କର୍ମା ହେବେ।

ସିଂହ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଗୃହ ପରିବେଶ ଉତ୍ତମ ହେବ।

କନ୍ୟା : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିବେ। କର୍ମଚଞ୍ଚଳ ରହିବେ। ଉପୁଜିଥିବା ସମସ୍ୟା ଦୂର ହେବ। ପ୍ରତିଯୋଗିତାରେ ବିଜୟୀ ହେବେ।

ତୁଳା : ଅନଟନର ସମ୍ମୁଖୀନ ହୋଇପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅନ୍ୟକୁ କରୁଥିବା ବିଶ୍ବାସ ଦୁଃଖଦାୟକ ହୋଇପାରେ। ସତର୍କରେ ଚଳିବାକୁ ପଡ଼ିବ।

ବିଛା : ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଳମୟ ଓ ଲାଭଦାୟକ କରିପାରନ୍ତି।

ଧନୁ : ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ଶରଣାଗତ ହୋଇପାରେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ମକର : ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି। ପଢ଼ାପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ ସୁଖ ମିଳିପାରେ।

କୁମ୍ଭ : ଦାଢ଼୍ୟତା ଭକ୍ତିଯୁକ୍ତ ହେବେ। ଶ୍ରମ ସାର୍ଥକ ହେବ। ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହୋଇପାରେ। ଯାନବାହନ ସୁଖ ମିଳିବ। ସଶକ୍ତ ଆତ୍ମବଳରେ ବଳୀୟାନ ହେବେ। କୃଷି କର୍ମରୁ ଆୟ ଆସିବ।

ମୀନ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସୁସ୍ଥ ଓ ନିର୍ମଳ ରହିଛି। ପ୍ରତି କାର୍ଯ୍ୟ ଅକ୍ଳେଶରେ ନିର୍ବାହ କରି ପ୍ରତିଷ୍ଠା ଲାଭ କରିବେ।

Comments are closed.