ଗୁରୁବାର ରାଶିଫଳ (୦୪/୦୮/୨୦୨୨)

ମେଷ : ପବିତ୍ର ଭାବନାର ବଶବର୍ତ୍ତୀ ହୋଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଅହଂଭାବ ନାଶ ହେବ।

ବୃଷ : ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଚତୁର ଓ ଧନଯୁକ୍ତ ହେବେ।

ମିଥୁନ : ଯତ୍ନ, ଅଧ୍ୟବସାୟ, ଉଦ୍ୟମ ଓ ନିଷ୍ଠାର ଫଳ ସ୍ବରୂପ ପ୍ରଚୁର ଅର୍ଥାଗମ ହେବ। କର୍ମଚଞ୍ଚଳ ରହିବେ। ପତ୍ନୀ ସୁଶୀଳା ଓ ଆଜ୍ଞାକାରିଣୀ ହେବେ। ହଠାତ୍‌ କିଛି ଧନ ଲାଭ ହୋଇପାରେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।

କର୍କଟ : ନିଜର କୃଷି ଅଭିଜ୍ଞତାରୁ କୃଷକମାନଙ୍କୁ ଦିଗ୍‌ଦର୍ଶନ ଦେବେ। ଉଦାର ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଦାନ-ଧର୍ମକୁ ଶ୍ରେୟ ମଣିବେ। ସୁସ୍ଥ ରହିବେ। ଜ୍ୟୋତର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଯଶ୍ବସୀ ହେବେ।

ସିଂହ : ଈଶ୍ବରଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ଅର୍ପଣ କରିପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁସ୍ନେହୀ ଓ ବିଦ୍ବାନ୍‌ ହେବେ।

କନ୍ୟା : ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ।

ତୁଳା : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ପରିବାର, ବନ୍ଧୁ, ଆତ୍ମୀୟ ଓ ଅନୁଗତମାନଙ୍କଠାରୁ ଶୁଭେଚ୍ଛା ବାର୍ତ୍ତା ମିଳିବ। ମିଷ୍ଟାନ୍ନ ଖାଇ, ଖୁଆଇ ଆତ୍ମତୃପ୍ତି ଲାଭ କରିବେ। ସୁସ୍ଥ ରହିବେ। ଆୟ ଆଶାନୁରୂପ ହେବ।

ବିଛା :  ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ସାଧନାର ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇ ମନସ୍କାମନା ପୂରଣ କରିପାରନ୍ତି। କର୍ମଚଞ୍ଚଳ ହେବେ। ସାହସୀ ଓ ଜ୍ଞାନୀ ହେବେ।

ଧନୁ : ପରୋପକାର ପାଇଁ ଜୀବନ ସମର୍ପିତ ହୋଇପାରେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ମାନବବାଦର ଚେତନାକୁ ଉପସ୍ଥାପନ କରି ଉତ୍ସର୍ଗୀକୃତ ବ୍ୟକ୍ତିଙ୍କୁ ଚିରଞ୍ଜୀବୀ କରାଇ ପାରନ୍ତି।

ମକର : ଈପ୍‌ସିତ ଧନ ସରକାରୀ ସ୍ତରରୁ ପ୍ରାପ୍ତିର ସୂଚନା ମିଳୁଛି । ମନ ପ୍ରସନ୍ନ ରହିବ । କୁଳ ଉଳକାରୀ ହେବେ । ଦୟାଧର୍ମକୁ ଆଦରି ନେଇପାରନ୍ତି। ବିବେକାନୁମୋଦିତ କାର୍ଯ୍ୟ କରି ଧର୍ମାଧର୍ମର ମାର୍ଗ ବାଛିନେବେ।

କୁମ୍ଭ : ସତ୍ୟପ୍ରତିଜ୍ଞ ସମ୍ପନ୍ନ ହେବେ। ଆଭା, ପ୍ରଭା, ପ୍ରତିଭାର ଯୋଗ୍ୟ ଅଧିକାରୀ ହେବେ। ନିଜର ଭାଗ୍ୟନିୟନ୍ତା ନିଜେ ହେବେ। ମନ ପ୍ରସନ୍ନ ରହିବ। ରଚନା ପ୍ରାଣସ୍ପର୍ଶୀ ହୋଇପାରେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ।

ମୀନ : ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସର୍ତକରେ ଚଳିବେ।

Comments are closed.