ରବିବାର ରାଶିଫଳ (୦୩/୦୫/୨୦୨୦)

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। କାର୍ଯ୍ୟର ସଫଳତା ଲାଭ କରିବା ସହିତ ବୈଶିଷ୍ଟ୍ୟ ପ୍ରତିପାଦନ କରିପାରନ୍ତି। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ହଠାତ୍‌ କିଛି ଅର୍ଥ ମିଳିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

ବୃଷ: ସୁଶୀଳ ବ୍ୟକ୍ତି ଭାବେ ନିଜର ପରିଚୟ ଦେବେ। ପ୍ରାପ୍ୟ ଧନ ଲାଭ ହେବ। ସରକାରୀ କୃପା ଲାଭ କରିବା ସହିତ ଲୋକାଦୃତ ହୋଇପାରନ୍ତି। ନିର୍ଭୟରେ କାର୍ଯ୍ୟ ସଂପାଦନ କରି ପ୍ରଶଂସାର ପାତ୍ର ହେବେ। ବାଧା-ବିଘ୍ନ ଦୂର ହେବ।

ମିଥୁନ: ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଶାନ୍ତି, ସନ୍ତୋଷରେ ଦିନଟି ଅତିବାହିତ କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭପ୍ରଦ ହେବ। ଯଶସ୍ବୀ ଓ ଉପଯୁକ୍ତ କର୍ମାନୁରକ୍ତ ହେବେ।

କର୍କଟ: ଯେକୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ସମୟ ଅନୁକୂଳ ରହିଛି। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି। ଧର୍ମ ମାର୍ଗରେ ମନୋନିବେଶ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ପରୋପକାରୀ ହେବେ।

ସିଂହ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ପାରିବାରିକ ସୁଖ ମିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହେବେ।

କନ୍ୟା: ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଅଧିକ ବ୍ୟୟ ହୋଇପାରେ। ପଥରୋଧକୁ ଏଡ଼ାଇ ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ସ୍ନେହପୂର୍ଣ୍ଣ ବ୍ୟବହାରରେ ପରକୁ ଆପଣାର କରିବେ।

ତୁଳା: ପାରିବାରିକ ଅଶାନ୍ତି ଦୂର ହେବ। ସନ୍ତାନ ସୁଖ ମିଳିପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‍ ହେବେ। ଭୋଗ-ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନ ହେବେ।

ବିଛା: ଯୋଗାଯୋଗରେ ସଫଳତା ଲାଭ କରିିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-ଧାରଣାରେ ନିଜକୁ ହଜାଇ ଦେଇପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ବିଭାଗୀୟ ଅର୍ଥ ମିଳିବ। ଗୁଣଯୁକ୍ତ ହେବେ। କୀର୍ତ୍ତିମାନ୍‍ ହୋଇପାରନ୍ତି।

ଧନୁ: ଅପେକ୍ଷା ନ କରି କାର୍ଯ୍ୟରେ ଅଗ୍ରସର ହେବେ। ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ସୁଖ-ସନ୍ତୋଷ ଲାଭ କରିବେ। ଶୁଭକାର୍ଯ୍ୟ କରଣୀୟ। ସୁସମ୍ବାଦ ପାଇ ଖୁସି ହେବେ।

ମକର: ପ୍ରତ୍ୟେକ କାର୍ଯ୍ୟ ସତର୍କତାର ସହ କରିବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ, ଯାନବାହନ ଚଳାଇବା ଓ ଜଳଯାତ୍ରା ନ କରିବା ଭଲ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମବ୍ୟବସାୟରୁ ଲାଭ ହେବାର ସୂଚନା ମିଳଛି।

କୁମ୍ଭ: ମନ ପ୍ରସନ୍ନ ରହିବ। ବନ୍ଧୁ ସହଯୋଗ ପାଇ ଖୁସି ହେବେ। ବାକ୍‍ ସଂଯମ ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି।

ମୀନ: ମନରେ ଅହଂଭାବ ପୋଷଣ କରିପାରନ୍ତି। ଶୁଭଫଳ ଆଶା କରାଯାଏ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ରହିବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। କରଜ ଶୁଝିବେ।

Comments are closed.