ଶନିବାର ରାଶିଫଳ(୦୩/-୪/୨୦୨୧)

ମେଷ: ମହତ୍‍ କାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ସହାୟତା ମିଳିପାରେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ପ୍ରବଚନରେ ଯୋଗ ଦେବେ।

ବୃଷ: ଜଣେ ବିଜ୍ଞ ବ୍ୟକ୍ତିଭାବେ ପରିଚିତ ହେବେ। ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ବ୍ରହ୍ମ କଲ୍ୟାଣ ଲାଭ କରିପାରନ୍ତି। ପ୍ରିୟଜନଙ୍କ ସହାୟତା ମିଳିବ। ମାତ୍ର ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।

ମିଥୁନ: ବନ୍ଧୁ ମିଳନ ଘଟିପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।

କର୍କଟ: ଶତ୍ରୁର ଆହ୍ୱାନ୍‍ ଆପଣଙ୍କୁ କ୍ରୋଧାନ୍ୱିତ କରିପାରେ। ପଡ଼ୋଶୀଙ୍କ ସହାୟତା ପାଇ ଶତ୍ରୁକୁ ପରାଜିତ କରିବେ ଓ ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।

ସିଂହ: ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ ଲାଭର ସୂଚନା ମିଳୁଛି। ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‍ ହେବାକୁ ପଡ଼ିବ।

କନ୍ୟା: ଶ୍ରମ ସାର୍ଥକ ହେବ। ଶତ୍ରୁନାଶ କରିପାରନ୍ତି। ଧନ ଭୋଗର ସୂଚନା ମିଳୁଛି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୌଭାଗ୍ୟ ଅଛି। ତେଜୀୟାନ୍‍ ହେବେ। ବାହୁରେ ପୀଡ଼ା ଉପୁଜି ପାରେ। ଅସାଧୁ ଓ ଦୁଷ୍ଟ ବ୍ୟକ୍ତିଙ୍କୁ ପରିତ୍ୟାଗ କରି ଆଶ୍ୱସ୍ତ ହେବେ। ଧର୍ମ-ଧାରଣାରେ ମଗ୍ନ ହେବେ।

ତୁଳା: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଦେବଦର୍ଶନରେ ଆତ୍ମତୃପ୍ତି ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ବିବାଦରେ ବିଜୟୀ ହେବେ।

ବିଛା: କାର୍ଯ୍ୟ କରିବା ପୂର୍ବରୁ ପରାମର୍ଶ ନେବାକୁ ପଡ଼ିବ। ପ୍ରତ୍ୟେକ କ୍ଷେତ୍ରରେ ସ୍ଥିରତା ଆସିବ। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। କୁଳ ପ୍ରଧାନର ମାନ୍ୟତା ପ୍ରାପ୍ତ ହେବେ। ଧନ ସଞ୍ଚୟରେ ବ୍ରତୀ ହୋଇପାରନ୍ତି।

ଧନୁ: ଆୟ ବୃଦ୍ଧିର ସୂଚନା ମିଳୁଛି। ସୁଖ ସମ୍ମାନ ଲାଭ କରିପାରନ୍ତି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ସୁସ୍ୱାଦୁ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।

ମକର: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବାକୁ ପଡ଼ିବ। ବନ୍ଧୁ ବିରୋଧରେ ସମ୍ମୁଖୀନ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ମଧୁର କଥାରେ ପରକୁ ଆପଣାର କରିବେ। ଯାତ୍ରା ଶୁଭପ୍ରଦ ହେବ।

କୁମ୍ଭ: ଶୁଭଖବର ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସୁଖୀ ହେବେ।

ମୀନ: ସୁସମ୍ବାଦ ମିଳିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରତିଯୋଗିତାରେ ବିଜୟୀ ହେବେ। ଜୀବେ ଦୟା ପ୍ରବୃତ୍ତିର ହୋଇପାରନ୍ତି। ସନ୍ତୋଷ ମିଳିବ।

Comments are closed.