ରବିବାର ରାଶିଫଳ (୩୧/୦୫/୨୦୨୦)
ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ। ଦେବୀ ଦର୍ଶନ ପାଇ ଖୁସି ହେବେ। ବନ୍ଧୁ ମିଳନରୁ ସୁଫଳ ମିଳିବ। ବାରମ୍ବାର ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ପାଇବେ।
ବୃଷ: ପ୍ରଭାବ ବିସ୍ତାର କରିପାରନ୍ତି। ସଙ୍ଗୀତ ପ୍ରିୟ ଓ ସୁଶୀଳ ହେବେ। ଧାର୍ମିକପ୍ରବର ହୋଇପାରନ୍ତି। ମହତ୍ ଉଦ୍ଦେଶ୍ୟରେ ଆତ୍ମୋତ୍ସର୍ଗ କରିପାରନ୍ତି। କୃଷି ଉପରେ ଗୁରୁତ୍ବ ଦେବେ। ଯାନବାହନ ସୁଖ ମିଳିପାରେ।
ମିଥୁନ: ସମ୍ମାନିତ ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ସତ୍କର୍ମରେ ନିୟୋଜିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ ଶାସ୍ତ୍ରାନୁରକ୍ତ ହେବେ।
କର୍କଟ: ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ନୀତିନିଷ୍ଠ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି। ନୀରୋଗ ରହିବେ। ପଶୁ ଧନାଦିଯୁକ୍ତ ହେବେ।
ସିଂହ: ସମ୍ମାନିତ ହୋଇପାରନ୍ତି। ଭଲ ଆୟ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଚିନ୍ତାଧାରା ମହତ୍ ହେବ।
କନ୍ୟା: ଶତ୍ରୁତାର ଅବସାନ ପାଇଁ ଅଧିକ ଖର୍ଚ୍ଚ କରିବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ। ମଧୁର ସମ୍ଭାଷଣରେ ପରକୁ ଆପଣାର କରିପାରନ୍ତି। ଶ୍ରେଷ୍ଠ କର୍ମଯୁକ୍ତ ହେବେ। ବୁଦ୍ଧି, ବିଦ୍ୟା ସହିତ ଧନ ସମ୍ପଦଯୁକ୍ତ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିବ।
Related Posts
Comments are closed.