ମଙ୍ଗଳବାର ରାଶିଫଳ (୩୧/୦୮/୨୦୨୧)

ମେଷ : ଆଳସ୍ୟ ପରାୟଣ ହୋଇପାରନ୍ତି। ତଥାପି କେତେକ ନିର୍ଦ୍ଧାରିତ ସ୍ଥାନର ଧନାଗମ ହେବ। ଯଶସ୍ବୀ ହେବେ। ଧର୍ମ କ୍ରିୟାରତ ହେବେ। ମନୋଜ୍ଞ ହୋଇପାରନ୍ତି। ପଦୋନ୍ନତି ମିଳିପାରେ। ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।

ବୃଷ : ରୋଜଗାରକ୍ଷମ ହେବେ। ବନ୍ଧୁ ବା ସରକାରୀ ସହାୟତା ମିଳିପାରେ। ସୁସ୍ଥ ଓ ନିରାମୟ ରହିବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

ମିଥୁନ :  ପତ୍ନୀଙ୍କ ବିଳାସ ବ୍ୟସନ ପାଇଁ ଅଧିକ ବ୍ୟୟ କରିପାରନ୍ତି। ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚାନ୍ତ ହେବେ। କେତେକ ମିତ୍ର କରଛଡ଼ା ଦେଇପାରନ୍ତି। ମଧୁର କଥାରେ ଶତ୍ରୁର ମନ କିଣିବାରେ ସକ୍ଷମ ହେବେ।

କର୍କଟ : ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମକୁ ସାଦରେ ଗ୍ରହଣ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସରକାରଙ୍କ କୃପାପାତ୍ର ହେବେ।

ସିଂହ : ଶ୍ରମ ସାର୍ଥକ ହେବ। ସୁସମ୍ବାଦ ଶୁଣି ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ସଂଘଟିତ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ।

କନ୍ୟା : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଉଦ୍ୟୋଗୀ ହୋଇପାରନ୍ତି। ଯଶସ୍ବୀ ହେବେ।

ତୁଳା : ଦିନଟି ଦୁଃଖଭରା ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବର ସମ୍ମୁଖୀନ ହେବେ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଗର୍ବହୀନ ହୋଇ କାର୍ଯ୍ୟ କରିପାରନ୍ତି।

ବିଛା : ଧୈର୍ଯ୍ୟବାନ୍‌ ହେବେ। ମନ ପ୍ରସନ୍ନ ରହିବ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନ ପାଇ ଆନନ୍ଦ ଉପଭୋଗ କରିବେ।

ଧନୁ : ଶତ୍ରୁର ଆତ୍ମବଡ଼ିମାକୁ ସହିପାରିବେନି। କଳେ, ବଳେ କୌଶଳରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଦିନଟି ବ୍ୟସ୍ତଭରା ହେବ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣ ପରିଶୋଧ କରିବେ।

ମକର : ମନ ସ୍ଥିର ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଶାସ୍ତ୍ର ଅଧ୍ୟୟନ ପାଇଁ ଆଗ୍ରହୀ ହେବେ। ବନ୍ଧୁ ସହଯୋଗ ପାଇ ଖୁସି ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ : କଠିନ ପରିଶ୍ରମର ସୁଫଳ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି କୃତକାର୍ଯ୍ୟ ନିଶ୍ଚିନ୍ତ ହେବେ। ଆପଣଙ୍କ ପରାମର୍ଶ ଲାଭଦାୟକ ହେବ। ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।

ମୀନ : ମନୋବଳ ଦୃଢ଼ ରହିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

Comments are closed.