ସୋମବାର ରାଶିଫଳ (୩୧/୦୮/୨୦୨୦)

ମେଷ: ଆୟ ଆଶାନୁରୂପ ହେବ। ବିନୟୀଭାବ ସମ୍ପନ୍ନ ହେବେ। ବହୁମିତ୍ରଙ୍କ ସହଯୋଗ ମିଳିବ। ପ୍ରଥିତ ପ୍ରତାପ ଯଶା ହୋଇପାରନ୍ତି। ବ୍ରହ୍ମଉପାସକ ହେବେ। ପୌରୁଷ ପଣିଆର ପରିଚୟ ସୃଷ୍ଟି କରିବେ।

ବୃଷ: କର୍ମକ୍ଷେତ୍ର ସୁଫଳ ଦାୟକ ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ସଦ୍‌ମାର୍ଗରେ ଗତି କରି ଜୀବନର ଅଭୀଷ୍ଟ ସିଦ୍ଧି କରିପାରନ୍ତି। ଧନବାନ୍‌ ହେବେ। ପୁତ୍ରସୁଖ ମିଳିବ।

ମିଥୁନ: କଷ୍ଟଉପାର୍ଜିତ ଧନଭୋଗ କରିପାରନ୍ତି। ବ୍ୟୟବୃଦ୍ଧିର ସୂଚନା ମିଳୁଛି। ଘାତ-ପ୍ରତିଘାତ ସହି ଦିନଟି ଅତିବାହିତ କରିପାରନ୍ତି। ଭ୍ରମଣ ବ୍ୟର୍ଥ ହେବ। ସର୍ବସୁଖ ମିଳିପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

କର୍କଟ: ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚିନ୍ତାବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉତ୍ସାହୀ ହେବେ। ପରୋପକାରୀ ହେବେ।

ସିଂହ: ଅର୍ଥପ୍ରାପ୍ତି ପାଇଁ ଚିନ୍ତିତ ହେବେ। ବନ୍ଧୁମିଳନ ଆନନ୍ଦ ଦାୟକ ହେବ। କାର୍ଯ୍ୟରେ ତତ୍ପରତା ପ୍ରକାଶ ପାଇବ। ଅଜାତ ଶତ୍ରୁ ହେବେ। ନୂତନ କାର୍ଯ୍ୟଭାର ଗ୍ରହଣ କରିପାରନ୍ତି। ପ୍ରତିହିଂସା ପରାୟଣ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିବ।

କନ୍ୟା: ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସମାଜସେବୀ ହେବେ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ସମ୍ମାନିତ ହୋଇପାରନ୍ତି। ଧନଯୁକ୍ତ ଓ ସ୍ତ୍ରୀ-ପୁତ୍ର ପ୍ରୀତି ଯୁକ୍ତ ହେବେ।

ତୁଳା: ଘାତଚନ୍ଦ୍ର ଭୋଗ ହେଉଥିଲେ ମଧ୍ୟ କର୍ମକ୍ଷେତ୍ର ଅର୍ଥଦାୟକ ହେବ। କର୍ତ୍ତବ୍ୟ ପରାୟଣ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଭାଗ୍ୟଶାଳୀ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।

ବିଛା: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ ପ୍ରମାଦ ହୀନ ହୋଇପାରନ୍ତି। ସାଧୁ ସେବାର ସଫଳ ମିଳିବ। ନିରୀହ ସ୍ବଭାବର ହେବେ। ରାଜପୂଜା ମିଳିବ। ଯାନବାହନଯୁକ୍ତ ହୋଇପାରନ୍ତି। ପରାକ୍ରମଶାଳୀ ବହୁପୋଷକ ହେବେ।

ଧନୁ: ଦୃଢ଼ ମନୋବଳ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ବହୁଧନ ସହିତ ପୁତ୍ର ସୁଖ ମିଳିବ। ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ପରିଚାଳନାରେ ଅଗ୍ରଗାମୀ ହେବେ। ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ।

ମକର: ଆଳସ୍ୟ ପରାୟଣ ହୋଇପାରନ୍ତି। ଯେକୌଣସି ସୂତ୍ରର ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଅନୁଗ୍ରହିତ ହୋଇପାରନ୍ତି। ପ୍ରୀତି ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ବନ୍ଧୁ ସହାୟତା ମିଳିବ।

କୁମ୍ଭ: ବନ୍ଧୁସୁଖ ମିଳିବ। ସୁ-ସମ୍ବାଦ ପାଇ ଖୁସି ହେବେ। ସତ୍ୟନିଷ୍ଠ ହୋଇପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ଦାତା ଓ ଗୁଣବାନ୍‌ ହେବେ। ମାନୀ ହୋଇପାରନ୍ତି। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଖର୍ଚ୍ଚ ବୃଦ୍ଧି ହେବ।

ମୀନ: ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହାନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଭୋଗ-ବିଳାସ କରିପାରନ୍ତି। ଗୁଣବାନ୍‌ ହେବେ। ପ୍ରସନ୍ନତା ଲାଭ କରିବେ। ସ୍ବଂୟସିଦ୍ଧ ହେବେ।

Comments are closed.