ଶନିବାର ରାଶିଫଳ (୩୦/୧୦/୨୦୨୧)

ମେଷ : ପ୍ରଭାବଶାଳୀ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଜନବଲ୍ଲଭ ହେବେ। ମାନ୍ୟତାପ୍ରାପ୍ତ ହେବେ। ପରାମର୍ଶ ଗ୍ରହଣ କରି କାର୍ଯ୍ୟ କଲେ ସଫଳତା ମିଳିବ। ସବୁ ବାଧା-ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ।

ବୃଷ : ସଂଗୀତ ପ୍ରିୟ ହେବେ। ପ୍ରଭୂତା ବିସ୍ତାର କରି କାର୍ଯ୍ୟ କରିବେ। ଧର୍ମପ୍ରିୟ ଓ ସୁଶୀଳ ହେବେ। ସାଧୁଲୋକଙ୍କ ହିତକାରୀ ହୋଇପାରନ୍ତି। ଯେକୌଣସି କାର୍ଯ୍ୟ ହାତକୁ ନେଇ ତା’ର ପୂର୍ଣ୍ଣାଙ୍ଗ କରିପାରନ୍ତି।

ମିଥୁନ :  ପତ୍ନୀଙ୍କ ଉଦ୍ୟମରେ ଧନଲାଭ ହେବ। ସୁସ୍ଥ ଓ ନିରାମୟ ରହିବେ। ମୂଲ୍ୟବାନ୍‌ ଧାତୁଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସାଧୁଙ୍କ ଆର୍ଶୀବାଦ ମିଳିବ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ।

କର୍କଟ : ମେଧାବୀ ହେବେ । କର୍ମଚଞ୍ଚଳ ରହିବେ। ସୁକର୍ମା ହେବେ । ଗୁପ୍ତଧନ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ଦମନକାରୀ ହେବେ । ଧନବାନ୍‌ ହେବାର ସୂଚନା ମିଳୁଛି । ଅପାର ଗୁଣର ଅଧିକାରୀ ହୋଇପାରନ୍ତି ।

ସିଂହ : ସୁଖୀ ହେବେ। ସୌର୍ଯ୍ୟଶାଳୀ ହେବେ। ପ୍ରିୟଭାଷୀ ହେବେ। ଧନଯୁକ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଯାନ-ବାହାନରେ ଅଧିକ ବ୍ୟୟ କରିପାରନ୍ତି। ପିତୃଭକ୍ତଯୁକ୍ତ ଓ ଭାଗ୍ୟବାନ୍‌ ହୋଇପାରନ୍ତି।

କନ୍ୟା : ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନ-ବାହନଯୁକ୍ତ ହୋଇପାରନ୍ତି। ଭୋଗ-ବିଳାସ କରିପାରନ୍ତି। ସୁଗୁଣ ସମ୍ପନ୍ନ ହେବେ। ପ୍ରସନ୍ନତା ଲାଭ କରିବେ। ସରକାରୀ ଧନ ମିଳିପାରେ।

ତୁଳା : ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣମୁକ୍ତ ଘରେ ରହି ଆତ୍ମସନ୍ତୋଷ ଲାଭ କରିବେ। କୀର୍ତ୍ତି; ମର୍ତ୍ତି, ସ୍ବତ୍ବ, ସନ୍ତୋଷ ଓ ବହୁବିଧ ଧନ ମିଳିବ। ଉତ୍ତମ ଗୁଣଯୁକ୍ତ ହେବେ।

ବିଛା :  କର୍ମଚଞ୍ଚଳ ରହିବେ। ଧନଲାଭକାରୀ ହୋଇପାରନ୍ତି। ବିନୀତ ସ୍ବଭାବସମ୍ପନ୍ନ ହେବେ। ଗୁଣବାନ୍‌ ହୋଇପାରନ୍ତି। ବହୁବିଦ୍ୟା ପାରଙ୍ଗମ ହେବେ। ଚିତ୍ତ ପ୍ରସନ୍ନ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ଧନୁ : ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସହନଶୀଳ ହେବେ। ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ଅପଗ୍ରହଣ ପର୍ଯ୍ୟନ୍ତ ସତର୍କରେ ରହିବେ।

ମକର : ବନ୍ଧୁମିଳନ ଘଟିପାରେ। ବାଣିଜ୍ୟ କାରବାର ସୁରୁଖୁରୁରେ ଚାଲିବ। ମନରେ ସେବାଭାବ ଜାଗ୍ରତ ହେବ । ଧୈର୍ଯ୍ୟଧରି କାର୍ଯ୍ୟ କରିବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ। ପାରିବାରିକ ସୁଖ ମିଳିବ।

କୁମ୍ଭ : ଆମୋଦ-ପ୍ରମୋଦରେ କିଛି ସମୟ ଅତିବାହିତ କରିପାରନ୍ତି। ପ୍ରଭାବଶାଳୀ ହେବେ। ସ୍ବାଭିମାନୀ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ମୀନ : ବ୍ରହ୍ମ ଉପାସକ ହେବେ। ପତ୍ନୀଙ୍କ ପ୍ରାଧାନ୍ୟ ଅଧିକତର ହେବ। ପୁତ୍ରମାନେ ପତ୍ନୀପ୍ରିୟ ହେବା ସହିତ ବିଳାସୀ ହେବେ। ସୁଗୁଣସମ୍ପନ୍ନ ହେବେ। ଧନୀ ହୋଇପାରନ୍ତି। ସତ୍ୟବାଦୀ ହେବେ।

Comments are closed.