ସୋମବାର ରାଶିଫଳ (୩୦/୧୧/୨୦୨୦)

ମେଷ: ନୀତିନିଷ୍ଠ ହେବେ। ବହୁ ଧନର ଅଧିକାରୀ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ରୂପବାନ ହେବେ। ସୁଖଭୋଗ କରିବେ। ନିଜ କ୍ଷମତାର ପ୍ରଭାବ ବିସ୍ତାର କରିପାରନ୍ତି। ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।

ବୃଷ: ମନୋବଳ ଦୃଢ଼ ରହିବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ମିଥୁନ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବଦ୍ରଷ୍ଟା ସାଜି ପାରନ୍ତି। ଶୁଭକାର୍ଯ୍ୟରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ।

କର୍କଟ: ପରୋପକାରୀ ହେବେ। ସୁସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦେବପୂଜା ନିରତ ହେବେ। ଆନନ୍ଦ ଉପଭୋଗ କରିବେ।

ସିଂହ: କର୍ମକ୍ଷେତ୍ରକୁ ସାଫଲ୍ୟ ମଣ୍ଡିତ କରିପାରନ୍ତି। ସୁସମ୍ବାଦ ମିଳିପାରେ। କାର୍ଯ୍ୟ ସୁଫଳଦାୟକ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ପ୍ରତିଯୋଗିତାରେ ବିଜୟୀ ହେବେ।

କନ୍ୟା: ଜନ ସଂପର୍କ ବୃଦ୍ଧି ପାଇବ। କର୍ମକ୍ଷେତ୍ରକୁ ନିଜ ବୁଦ୍ଧି ବଳରେ ଉଜ୍ଜ୍ୱଳମୟ କରିପାରନ୍ତି। କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍‍ବ୍ୟବହାର କରିବେ। ବିବାଦରେ ବିଜୟୀ ହେବେ। ପ୍ରିୟ ଭାଷୀ ହେବେ। ପ୍ରବଚନ ଶୁଣିବେ।

ତୁଳା: କର୍ମଚଞ୍ଚଳ ରହିବେ। ହାସ୍ୟ ମୁଖ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପଦ୍ୟୋଗୀ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା କରିବା ନିଷେଧ।

ବିଛା: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ମିଷ୍ଠାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପତ୍ନୀ ଆପଣଙ୍କୁ ପତନରୁ ରକ୍ଷା କରିବେ।

ଧନୁ: ନିଜ କାର୍ଯ୍ୟ ଦକ୍ଷତାକୁ ସ୍ମରଣ କରି ଆତ୍ମ ସନ୍ତୋଷ ଲାଭ କରିବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି।

ମକର: ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଲାଭଜନକ ହେବ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ଜନପ୍ରିୟ ହେବେ।

କୁମ୍ଭ: ଶ୍ରମର ମୂଲ୍ୟାଙ୍କନ ହେବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରି ପ୍ରଶଂସାର ପାତ୍ର ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସନ୍ମାର୍ଗୀ ହେବେ। ଅତିଥି ସତ୍କାର କରିପାରନ୍ତି। ଗୁରୁ ଓ ଦେବପୂଜାରେ ନିରତ ହେବେ।

ମୀନ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଦେବ ଦର୍ଶନର ସୁଯୋଗ ଅଛି। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

Comments
Loading...