ଶନିବାର ରାଶିଫଳ (୩୦/୦୫/୨୦୨୦)
ମେଷ: ବୁଝି-ବିଝାରି କାର୍ଯ୍ୟ କରିବାକୁ ପଡ଼ିବ। ପଢ଼ା-ପଢ଼ିରେ ମନୋନିବେଶ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟୟ ପୂର୍ବରୁ ଚିନ୍ତା କରିବେ।
ବୃଷ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ଅଧିକ ପରିଶ୍ରମ ହେବ। କୃଷିକର୍ମକାରୀ ହେବେ।
ମିଥୁନ: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନ କରିବାର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହୋଇ ଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
କର୍କଟ: ଶ୍ରମ ସାର୍ଥକ ହେବ। ସନ୍ମାର୍ଗୀ ହେବେ। ବହୁ ମିତ୍ର ଅର୍ଜନରେ ସକ୍ଷମ ହେବେ। ଉଚ୍ଚ ପଦରେ ଆସୀନ ହୋଇପାରନ୍ତି। ଦୁଃସାହସିକ କାର୍ଯ୍ୟ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ସୁଖୀ ହେବେ।
ସିଂହ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
କନ୍ୟା: ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ପଥରୋଧ କରୁଥିବା ବ୍ୟକ୍ତି ବିଫଳ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଭାଗ୍ୟବାନ୍ ହେବେ। ଅସାଧୁ ଓ ଦୁଷ୍ଟ ବ୍ୟକ୍ତିଙ୍କ ହୀନ ଉଦ୍ୟମକୁ ବିଫଳ କରିବାରେ ସିଦ୍ଧହସ୍ତ ହେବେ।
Related Posts