ମଙ୍ଗଳବାର ରାଶିଫଳ (୨୯/୧୧/୨୦୨୨)

ମେଷ : କୁଳ ଉଳକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହଶ୍ରଦ୍ଧା ରହିବ।
ବୃଷ : ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ଦିନଟି ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।
ମିଥୁନ : ପ୍ରତିଶୋଧ ପରାୟଣ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ରାଜନୀତି କ୍ଷେତ୍ରରେ ପାରଙ୍ଗମ ହେବେ। ଯଶସ୍ବୀ ହେବେ। ସାରାଦିନ ସତର୍କ ରହିବେ।
କର୍କଟ : ବନ୍ଧୁ ମିଳନରେ ଉପକୃତ ହେବେ। ସମାଜସେବାରେ ନିଜକୁ ନିୟୋଜିତ କରିବେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଖାଦ୍ୟ ରୁଚିପୂର୍ଣ୍ଣ ହେବ।
ସିଂହ : ଭ୍ରାତୃଭାବ ଅକ୍ଷୁଣ୍ଣ ରହିବ। ମିତବ୍ୟୟୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ୍ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ତେଜୀୟାନ ହେବେ।
କନ୍ୟା : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପତ୍ନୀ ସୁଗୃହିଣୀ ହେବେ। ଧାର୍ମିକ ଓ ତେଜସ୍ବୀ ହେବେ।
Related Posts
Comments are closed.