ସୋମବାର ରାଶିଫଳ(୨୯/୧୧/୨୦୨୧)

ମେଷ : ଶତ୍ରୁ ବିନାଶ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ : ଅର୍ଥ ଚିନ୍ତା ଯୋଗୁଁ ମନରେ ଉଦ୍‌ବେଗ ଜାତ ହୋଇପାରେ। ଧନଲାଭର ସୂଚନା ମିଳୁଛି। ପରୋପକାର ପ୍ରତି ମନ ବଳାଇ ପାରନ୍ତି। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଧନାଗମ ହେବ। ଧାର୍ମିକ, ତେଜସ୍ବୀ, ଶାସ୍ତ୍ରଜ୍ଞ ହେବେ।

ମିଥୁନ : ଉଦାର ସ୍ବଭାବର ହୋଇପାରନ୍ତି। ଦାନଶୀଳ ହେବେ। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କ୍ଷେତ ଉପରେ ଧ୍ୟାନ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ସୁଖୀ ହେବେ।

କର୍କଟ : ଲୋଭଗ୍ରସ୍ତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ : ଆଶାବାଦୀ ଭାଗ୍ୟଶାଳୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁଙ୍କ ସହାୟତା ମିଳିବ।

କନ୍ୟା : ଶ୍ରୀଚନ୍ଦ୍ର ଭୋଗ ହେତୁ ରୋଜଗାର ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ଜିଣି ଧନ ପ୍ରାପ୍ତ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।

ତୁଳା : କର୍ମଚଞ୍ଚଳ ରହିବେ। ଥଣ୍ଡା, କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଏକାନ୍ତରେ କିଛି ସମୟ ବିତାଇ ପାରନ୍ତି। ମଧୁର କଥା ଓ ଅଧିକ ବ୍ୟୟରେ ଶତ୍ରୁକୁ ବଶ କରିବେ।

ବିଛା : ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ଧନପ୍ରାପ୍ତିର ସୂଚନା ମିଳୁଛି। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହେବେ।

ଧନୁ : କର୍ତ୍ତବ୍ୟରତ ହେବେ। କୁଳପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସୁଖ ମିଳିବ।

ମକର : ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ଦିନଟି ଅତିବାହିତ କରିପାରନ୍ତି। ଜୀବନ, ସୁଖ-ସମୃଦ୍ଧିପୂର୍ଣ୍ଣ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ : ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ମୀନ : ବନ୍ଧୁ ମିଳନ ସୁଖ ଓ ଲାଭଦାୟକ ହେବ। ବ୍ୟବସାୟରେ ଉନ୍ନତି ଘଟିବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ ସୁଖୀ ଜୀବନ ବିତାଇବେ।

Comments are closed.