ବୁଧବାର ରାଶିଫଳ(୨୮/୧୦/୨୦୨୦)

ମେଷ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ପରିଶ୍ରମ ଅଧିକ ପଡ଼ି ପାରେ। ଉତ୍ତମ ଗୁଣର ଆଧାର ହେବେ। ଶ୍ରେଷ୍ଠ ପଦ ପଦବୀରେ ଆସୀନ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ନୀତିଯୁକ୍ତ ଓ ବିନୀତ ସ୍ୱଭାବର ହେବେ।

ବୃଷ: କାର୍ଯ୍ୟ କଷ୍ଟସାଧ୍ୟ ହେଲେ ବି ସଫଳତା ମିଳିବ। ସମ୍ମାନିତ ହେବେ। କର୍ତ୍ତବ୍ୟନିଷ୍ଠ ହେବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମସ୍ୟାର ସୁସମାଧାନ କରିବାରେ ସକ୍ଷମ ହେବେ।

ମିଥୁନ: ଜଟିଳ ସମସ୍ୟାର ପରିସମାପ୍ତି ଘଟାଇ ପାରନ୍ତି। ସୁଖୀ ହେବେ। ସମ୍ମାନିିତ ହେବେ। କାର୍ଯ୍ୟର ଅଗ୍ରଗତି ଘଟିବ। ଉନ୍ନତିକର କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁକୁ ପରାଜିତ କରି ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ। ସର୍ବ ସୁଖ ମିଳିବ।

କର୍କଟ: ସୁଯୋଗର ଉପଯୋଗ କରିପାରନ୍ତି। ଲୋକ ସଂପର୍କ ବୃଦ୍ଧି ପାଇବ। ଦୀର୍ଘଦିନର ଆଶା ପୂରଣ ହେବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସର୍ବାଙ୍ଗୀନ ଉନ୍ନତି ହେବ। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ।

ସିଂହ: ବିଷମ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଦେଖା ଦେଇପାରେ। ସ୍ୱାଭିମାନୀ ହୋଇପାରନ୍ତି। ପରଧନରେ ଧନୀ ହେବାର ସ୍ୱପ୍ନ ଦେଖିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

କନ୍ୟା: ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। କୌଶଳରେ କାର୍ଯ୍ୟ ହାସଲ କରିବେ। ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ବହୁ ଉନ୍ନତି କାର୍ଯ୍ୟ କରିବାରେ ପାରଙ୍ଗମ ହେବେ।

ତୁଳା: ପ୍ରତିଶୋଧ ପରାୟଣ ହୋଇପାରନ୍ତି। ଆଘାତପ୍ରାପ୍ତ ହୋଇ ମଧ୍ୟ ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ। ମାନସିକ ଶାନ୍ତି ଫେରି ପାଇବେ। ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ସାଧନା ଫଳବତୀ ହେବ।

ବିଛା: ମନ ପ୍ରଫୁଲ୍ଲ ରହିବ। କର୍ମରେ ଢ଼େର ଉନ୍ନତି ଘଟିବ। ଯଶସ୍ୱୀ ହୋଇପାରନ୍ତି। ବହୁ ସୁଖର ଅଧିକାରୀ ହେବେ। ସାଧୁ ପ୍ରଦତ୍ତ ବିଦ୍ୟା, ଆପଣଙ୍କ ଜୀବନର ମୋଡକୁ ବଦଳାଇ ଦେବ। ଧନଶାଳୀ ହୋଇପାରନ୍ତି। ହର୍ଷଯୁକ୍ତ ହେବେ।

ଧନୁ: ଜନକଲ୍ୟାଣ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମ ମାର୍ଗରେ ମନୋନିବେଶ କରିବେ। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ଓ ଧନଶାଳୀ ହେବେ।

ମକର: କାର୍ଯ୍ୟରେ ସଫଳତା ଲାଭ କରିବେ। ଆନନ୍ଦ ଉଲ୍ଲାସରେ ଦିନ ବିତାଇ ପାରନ୍ତି। ଦେବ ଦର୍ଶନର ସୌଭାଗ୍ୟ ଅଛି। ପ୍ରତିଯୋଗିତାରେ ବିଜୟୀ ହେବେ। କୃଷି କର୍ମରେ ଦକ୍ଷ ହୋଇପାରନ୍ତି। କ୍ଷମତାସଂପନ୍ନ ହେବା ଆଶା କରାଯାଏ।

କୁମ୍ଭ: ମାନ୍ୟତା ପ୍ରାପ୍ତ ହେବେ। ପାରିବାରିକ ସୁଖ ମିଳିବ। ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ଜ୍ଞାନୀ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସତ୍‍ପଥଗାମୀ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ।

ମୀନ: ଜବରଦସ୍ତ ଅଗ୍ରଗାମୀ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ୱାଦୁ ଭୋଜନ ମିଳିବ। ପାରିବାରିକ ସୁଖ ଅବ୍ୟାହତ ରହିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ବିବାଦଶୀଳ ହୋଇପାରନ୍ତି। ନୂଆବନ୍ଧୁ ଜୁଟିବେ।

Comments are closed.