ଶନିବାର ରାଶିଫଳ (୨୮/୦୫/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Samaja Digital (AH) Last updated May 28, 2022 Share ମେଷ : ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ। ଦାମ୍ପତ୍ୟ ସୁଖ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ବୃଷ : କର୍ମଚଞ୍ଚଳ ରହିବେ। ଏକାନ୍ତରେ ସାଧନାରତ ହୋଇପାରନ୍ତି। ମଧୁର ଭାଷାରେ ପରକୁ ଆପଣାର କରିବେ। ଅଂଶୁଘାତ ପ୍ରତି ସତର୍କ ରହିବାକୁ ପଡ଼ିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ମିଥୁନ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଆର୍ଥିକ ଅନୁଦାନ ପ୍ରାପ୍ତ ହେବେ। କର୍କଟ : କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛାଭାବ ରହିବ। ସିଂହ : ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜବୀନ ସୁଖପ୍ରଦ ହେବ। କନ୍ୟା : ପ୍ରତିହିଂସା ପରାୟଣ ହୋଇପାରନ୍ତି। ସବୁ ଭାବନାକୁ ପଛରେ ପକାଇ ଆତ୍ମସଂଳାପୀ ହେବେ। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ସାମାନ୍ୟ ଅସୁସ୍ଥ ଥାଇ ବି କର୍ମଚଞ୍ଚଳ ରହିବେ। ଯାନବାହନରେ ସତର୍କ ରହିବେ। Related Posts କେବେ ଥମିବ ଜନନୀ ଯନ୍ତ୍ରଣା? ପ୍ରାୟ ୨ କିମି… Jul 5, 2022 ସୁନା ଧାରଣ କରିବାକୁ ପସନ୍ଦ କରୁଥିଲେ ; ଜାଣି… Jul 5, 2022 ତୁଳା : ବନ୍ଧୁମିଳନ ଶୁଭଦାୟକ ହେବ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ। ବିଛା : ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁରତାର ସହ ଶତ୍ରୁ ଦମନ କରିବେ। ଚାକିରିରୁ ସୁନାମ ମିଳିବ। ଧନୁ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ସମ୍ମାନିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ବିବେକୀ ହେବେ। ମକର : ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କୃଷି କର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ ହେବେ। କୁମ୍ଭ : ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ଭାଷା ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍ ହେବେ। ଭଉଣୀଙ୍କଠାରୁ ସାହାଯ୍ୟ ପାଇପାରନ୍ତି। ମୀନ : ଭାଗ୍ୟଶାଳୀ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ରଙ୍କଠାରୁ ସହାୟତା ମିଳିବ। ଦାମ୍ପତ୍ୟ ସୁଖ ମିଳିବ। Share FacebookTwitterWhatsApp
Comments are closed.