ମଙ୍ଗଳବାର ରାଶିଫଳ (୨୮/୦୬/୨୦୨୨)

ମେଷ :  ଈଶ୍ବରୀୟ ଭକ୍ତି ଓ ରାଷ୍ଟ୍ରଭକ୍ତିକୁ ସମଦୃଷ୍ଟିରେ ତୁଳନା କରିପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ଓ ବ୍ୟବହାର ଭଦ୍ରୋଚିତ୍ତ ହେବ। ପ୍ରେମୀ ଓ ସାହସୀ ହେବେ। ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

ବୃ​ଷ :​‌ ଭାଗ୍ୟ ଦେବୀ ପ୍ରସନ୍ନ ଅଛନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ସ୍ବଭାବ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କ ସହାୟତା ମିଳିବ। ଧନାଗମ ହେବ।

ମିଥୁନ : ରଣକ୍ଷେତ୍ରରେ ବୀରତ୍ବର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ବାନ ଓ ଶାସ୍ତ୍ରଜ୍ଞ ହେବେ। ସୁସ୍ଥ ଓ ନିରାମୟ ରହିବେ।

କର୍କଟ : ତପସାଧନାରେ ସିଦ୍ଧିପ୍ରାପ୍ତ ହେବେ। କର୍ମଚଞ୍ଚଳ ରହିବେ। ମଧୁର ଭାଷାରେ ଶତ୍ରୁତାର ଅବସାନ ଘଟାଇ ପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ। ଥଣ୍ଡାକଫରେ ପୀଡ଼ିତ ହେବେ।

ସିଂହ : ବ୍ୟକ୍ତି ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସମୂହ ସ୍ବାର୍ଥକୁ ଗୁରୁତ୍ବ ଦେବେ। ସୁସ୍ଥ ରହିବେ ଯଶସ୍ବୀ ହେବେ। ଲୋକପ୍ରିତୟତା ଅର୍ଜନ କରିପାରନ୍ତି। କର୍ମ ଚଞ୍ଚଳ ରହିବେ। ସରକାରୀ ସ୍ତରରୁ ସମ୍ମାନ ଓ ଅର୍ଥ ପ୍ରାପ୍ତ ହେବେ।

କନ୍ୟା : ଜ୍ଞାନ ପ୍ରଦୀପ ପ୍ରଜ୍ବଳନ କରି ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ତୁଳା : ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ଭୋଗୀ ଓ ବିଳାସୀ ହେବେ। ଜୀବନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।

ବିଛା : ଆପଣଙ୍କ ସୃଜନଶୀଳତା ଅନୁଗାମୀଙ୍କୁ ଦିଗ୍‌ଦର୍ଶନ ଦେବ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସାରାଦିନ ସତର୍କରେ ଚଳିବେ।

ଧନୁ : ଶ୍ରଦ୍ଧା ଓ ବିଶ୍ବାସର ରଜୁରେ ଅନୁବନ୍ଧିତ ହେବେ। ବ୍ୟବସାୟ ଲାଭଜନକ ହେବ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିୟୋଜିତ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। 

ମକର : କାୟମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଭ୍ରାତୃଭାବ ଅତୁଟ ରହିବ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।

କୁମ୍ଭ : କୃଚ୍ଛ୍ର ସାଧନା ବଳରେ ପରମ ପଦ ଓଁ ଲାଭ କରିପାରନ୍ତି। ବିଦ୍ୟାଭ୍ୟାସୀ ହେବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହେବ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ହେବେ।

ମୀନ : ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ଆତ୍ମାକୁ ସମର୍ପଣ କରିପାରନ୍ତି। ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ସୁଖ ଭୋଗ କରିବେ।

Comments are closed.