ପ୍ରାଣୀଧନ ସ୍ବାସ୍ଥ୍ୟ ଶିବିର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲାରେ କଲ୍ୟାଣସିଂହପୁର ବ୍ଲକର ଦେବଗିରି ଗୋଶାଳା ଠାରେ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ୨୦୨୩ ଉପଲକ୍ଷେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ପ୍ରାଣୀଧନ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଛି। ଉକ୍ତ ଶିବିରରେ ଗୋଶାଳାର ସମସ୍ତ ଗାଈ ଗୋରୁମାନଙ୍କୁ ଟୀକା କରଣ ଓ ସ୍ବାସ୍ଥ୍ୟ ପରୀକ୍ଷା କରି ବିଭିନ୍ନ ଔଷଧ ମାନ ପ୍ରଦାନ କରାଯାଇ ଥିଲା। ଗୋଶାଳାର ସମସ୍ତ ଗାଈ ଗୋରୁମାନଙ୍କୁ ଫଳ, ବିଭିନ୍ନ ପ୍ରକାର ପନି ପରିବା ଓ ଘାସ ଖାଇବାକୁ ଦିଆ ଯାଇଥିଲା।

ଏହା ବ୍ୟତୀତ ଗୋଶାଳା ଠାରେ ଚାଷୀ ମାନଙ୍କୁ ନେଇ ବିଶ୍ବ ପ୍ରାଣୀଧନ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେଇଥିଲା। ଉକ୍ତ ଉତ୍ସବରେ କଲ୍ୟାସିଂହପୁରର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖରା, ତହସିଲଦାର ସୁଧାକର ରଇତ, ଅତିରିକ୍ତ କୃଷି ଯାନ୍ତ୍ରିକ ଅଧିକାରୀ ସରୋଜନି ବାଗ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ରାୟଗଡ଼ା ଡା. ଅଶୋକ କୁମାର ବେହେରା, ଜିଲା ଅତିରିକ୍ତ ପ୍ରାଣୀ ମଙ୍ଗଳ ଅଧିକାରୀ ରାୟଗଡ଼ା ଡା ବିପ୍ର ଚରଣ ବେହେରା, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ କଲ୍ୟାଣସିଂହପୁର ଡା ଚିନ୍ମୟ କୁମାର ସାହୁ, ସିକରପାଇ ପ୍ରାଣୀ ଚିକିତ୍ସକ ଡା.ସୌମ୍ୟ ପ୍ରକାଶ ନାୟକ, ଅତିରିକ୍ତ ପ୍ରାଣୀ ଚିକିତ୍ସକ କଲ୍ୟାଣ ସିଂହପୁର ଡା. ବିଚିତ୍ରାନନ୍ଦ ସାହୁ , ଜିଲା ନିଦାନ ପରୀକ୍ଷାଗାର ଅଧିକାରୀ ରାୟଗଡ଼ା ଡା.ଅଭିଳାଷ ରାଉତରାୟ , କ୍ରାନ୍ତିକାରୀ ଆଶ୍ରମର ବାବା ସ୍ୱରୂପାନନ୍ଦ ଗିରି ଓ ବିଭାଗର ଅନାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଗୋଶାଳା ଟ୍ରଷ୍ଟର ବିଭିନ୍ନ ସଦସ୍ୟ ବୃନ୍ଦ ତଥା କର୍ମୀ ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ଭାବେ ସମ୍ପାଦିତ ହୋଇଥିଲା।

Comments are closed.