ମଙ୍ଗଳବାର ରାଶିଫଳ (୨୮/୧୨/୨୦୨୧)

ମେ​ଷ :​‌ ଶତ୍ରୁକୁ ଅନ୍ୟ ଏକ ଶତ୍ରୁ ଦ୍ବାରା ପରାଜିତ କରି ନିଷ୍କଣ୍ଟକ ହେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସାରାଦିନ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣଭାର ଲାଘବ ହେବ।

ବୃଷ : ସୁରୂପା, ସୁଭଗା ଓ ସୁଗୁଣଯୁକ୍ତା କନ୍ୟା ସନ୍ତାନ ଲାଭ ହୋଇପାରେ। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜ୍ଞାନାର୍ଜନରେ ଆଗ୍ରହୀ ହେବେ। ସୁଖଭୋଗ ଅଛି।

ମିଥୁନ : ବସ୍ତ୍ର, ପୁଷ୍ପାଦି ବ୍ୟବସାୟରୁ ଧନ ଲାଭ ହେବ। ପତ୍ନୀଙ୍କ ଉଦ୍ୟମରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୃଷି କ୍ଷେତ୍ର ଲାଭଦାୟକ ହେବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ସୁଭାବରେ ଭାବିତ ହୋଇପାରନ୍ତି।

କର୍କଟ : ଦ୍ବିଜମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ଶାନ୍ତି, ଧର୍ମ, ବିନୟ ଓ ଦେବ ଆରାଧନା ନିରତ ହୁଏ । ଆର୍ଥିକ ସ୍ଥିତି ଦୃଢ଼ତର ରହିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିପାରେ।

ସିଂହ : ବନ ସମ୍ପଦରୁ ନିଜ ଉଦ୍ୟମରେ ଧନ ଲାଭ ହେବ। ପରୋପକାରୀ ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି। ମନ୍ତ୍ରଣାଦାତା ଓ କାବ୍ୟକର୍ତ୍ତା ହେବେ।

କନ୍ୟା : ସଙ୍ଗୀତ ନିପୁଣ, କର୍ମପଟୁ, ଯଥାର୍ଥବାଦୀ, ଦାତା, ଭୋକ୍ତା ପୁତ୍ର ଓ ଧନଯୁକ୍ତ, ଧୀର ଓ ସତ୍‌ଚରିତ୍ର ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।

ତୁଳା : ଦେବ, ବ୍ରାହ୍ମଣ ଓ ତୀର୍ଥସେବାରେ ଆକୁଣ୍ଠ ଚିତ୍ତରେ ଧନ ବ୍ୟୟ କରିପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ମଧୁର ଭାଷା ଓ ବ୍ୟବହାରରେ ଲୋକପ୍ରିୟତା ଅର୍ଜନ କରିବେ।

ବିଛା : ବ୍ୟବସାୟାଦିରୁ ବହୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

ଧନୁ : ସେବାକାରୀ, ପରୋପକାରୀ, ଭୋଜନଦାତା, ରାଜପ୍ରିୟ ଓ ଯଶସ୍ବୀ ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଜଳମୟ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ବିବାଦରେ ବିଜୟୀ ହେବେ।

ମକର : ଉପୁରି ଧନରେ ଧର୍ମକାରୀ ହେବେ। ବିଡ଼ମ୍ବନାଯୁକ୍ତ, ନିଜ ବଂଶ ରହିତକାରୀ ହୋଇପାରନ୍ତି। ସୁରୁଖୁରୁରେ କାର୍ଯ୍ୟ ନିର୍ବାହ କରିବେ। କ୍ଷମତାର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦରେ ବିଜୟୀ ହେବେ।

କୁମ୍ଭ : ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ସଦ୍‌ଗୁଣ ସମ୍ପନ୍ନ ହେବେ। ଅଗ୍ନି, ଜୀବଜନ୍ତୁ ଓ ଶୃଙ୍ଗୀମାନଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ।

ମୀନ : ସୁମତୀ, ଧର୍ମଶୀଳଯୁକ୍ତା ପତ୍ନୀଙ୍କ ସାନ୍ନିଧ୍ୟ ଲାଭ କରିବେ। ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସୁସ୍ବାଦୁ ଭୋଜନ ସହ ଆନନ୍ଦ ଉପଭୋଗ କରିବେ।

Comments are closed.