ରବିବାର ରାଶିଫଳ (୨୭/୦୯/୨୦୨୦)

ମେଷ: ମହାନ୍‍ କାର୍ଯ୍ୟରେ ଜଡ଼ିତ ହୋଇ ସମ୍ମାନିତ ହେବେ। କୂଳ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

ବୃଷ: ଭୋଗ ବିଳାସ କରିପାରନ୍ତି। ଭାଗ୍ୟଶାଳୀ ହେବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହୋଇପାରନ୍ତି। ଅର୍ଥପ୍ରାପ୍ତ ହେବେ।

ମିଥୁନ: ସରକାରୀ କାର୍ଯ୍ୟରେ ଅତ୍ୟଧିକ ପରିଶ୍ରମ ଯୋଗୁଁ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ପାଇବେ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଅଷ୍ଟମଚନ୍ଦ୍ର ଯୋଗୁଁ ଜଳଯାତ୍ରା ନିଷେଧ।

କର୍କଟ: ଆନନ୍ଦ ଉତ୍ସବରେ ନିଜକୁ ହଜାଇ ଦେଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ସମାଜ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ। ମନରେ ଅହଂଭାବ ଆସିବ।

ସିଂହ: ସନ୍ମାର୍ଗୀ ହେବେ। ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ।

କନ୍ୟା: ବିଚାର ବିମର୍ଶ ପୂର୍ବକ କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିବ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଲାଭଜନକ ହେବ। ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ।

ତୁଳା: ଉଦାର ପ୍ରକୃତିର ହୋଇପାରନ୍ତି। ଦାନ ଧର୍ମରେ ଦୀକ୍ଷିତ ହେବେ। ବ୍ୟକ୍ତିତ୍ୱର ବିକାଶ ଘଟିବ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମ ଉପରେ ବିଶେଷ ଧ୍ୟାନ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ। କୀର୍ତ୍ତିମାନ୍‍ ହୋଇପାରନ୍ତି।

ବିଛା: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମାର୍ଜିତ ଭାଷା ବ୍ୟବହାର କରି ସାମାଜିକ କ୍ଷେତ୍ରରେ ଆଦରଣୀୟ ହେବେ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଆଦର ସମ୍ମାନ ପାଇବେ।

ଧନୁ: ପରମ ଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ସ୍ୱଭାବର ହେବେ। ବିଦ୍ୟାବାନ୍‍ ହୋଇପାରନ୍ତି। ଗୁଣଜ୍ଞ ଓ ଚତୁର ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ଦିଗରୁ ଧନାଗମ ହେବ।

ମକର: କଳ୍ପନାକୁ କାର୍ଯ୍ୟରେ ପରିଣତ କରିପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ଯୁଦ୍ଧକ୍ଷେତ୍ରରେ ଅଥବା ମାଲି ମୋକଦ୍ଦମାରେ ବିଜୟୀ ହୋଇ, ଧନ ପ୍ରାପ୍ତ ହେବେ। ଧନ ସଂପଦ ଭରପୁର ରହିବ। ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ। ଭଲ ଆୟ ହେବ।

କୁମ୍ଭ: କର୍ମଚଞ୍ଚଳ ରହିବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟଶୈଳୀ ଅନ୍ୟ ମାନଙ୍କର ପସନ୍ଦଯୋଗ୍ୟ ହେବ। ନୀତିନିଷ୍ଠ ହେବେ। ଅଧ୍ୟୟନରତ ହୋଇପାରନ୍ତି। ମଧୁରଭାଷାରେ ଅନ୍ୟକୁ ଆକୃଷ୍ଟ କରିବେ।

ମୀନ: ଅନ୍ୟକୁ ସାହାଯ୍ୟ ଦେଇ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତ ହେବେ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ।

Comments are closed.