ଶୁକ୍ରବାର ରାଶିଫଳ (୨୭/୦୫/୨୦୨୨)

ମେଷ : ଶତ୍ରୁଘାତୀ ହେବେ। ସର୍ବଲୋକ ପୂଜ୍ୟ ହୋଇପାରନ୍ତି। ବହୁ ଭୋଜକ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହୋଇପାରନ୍ତି। କ୍ରୋଧୀ ହେବେ। ପରସେବକ ହୋଇପାରନ୍ତି। ନିଷ୍ଠୁର, ଚଞ୍ଚଳମନା, କୃପଣ ଓ ଧନଶାଳୀ ହେବେ।

ବୃଷ : ଦେବ କାର୍ଯ୍ୟରେ ଆଗ୍ରହୀ ହେବେ। ପତ୍ନୀ ବିଚିତ୍ର ବସନ ପରିଧାନ କରିବାରେ ଆଗ୍ରହୀ ହେବେ। ଧାତୁ ଦ୍ରବ୍ୟ କିଣାରେ ଧନ ବ୍ୟୟ କରିପାରନ୍ତି। ସାଧନା ପାଇଁ ନିରୋଳା ସ୍ଥାନକୁ ବାଛିନେବେ।

ମିଥୁନ : ବ୍ୟବସାୟାଦି କାର୍ଯ୍ୟରେ ବହୁ ଲାଭ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନବବସ୍ତ୍ର ପରିଧାନ ସହିତ ଧନ ପ୍ରାପ୍ତିର ସୂଚନା ମିଳୁଛି। ପୁଷ୍ପାଭରଣରେ ସମ୍ମାନିତ ହେବେ। ମିଷ୍ଟାନ୍ନ ଭୋଜନ କରିପାରନ୍ତି।

କର୍କଟ : ବୃକ୍ଷରୋପଣରେ ଧ୍ୟାନ ଦେବେ। ନଦୀଘାଟ ନିର୍ମାଣ, କୂପ ଖନନ କରି ଧନ ଅର୍ଜନ କରିବେ। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ। କୀର୍ତ୍ତିମାନ୍‌ ହେବେ। ପରୋପକାରୀ ହେବେ।

ସିଂହ : ସ୍ବଧର୍ମ କ୍ରିୟାରତ ହେବେ। ତୀର୍ଥ ସେବାରେ ଯୋଗଦେଇ ପାରନ୍ତି। ପରଧର୍ମ ଗ୍ରହଣ କରିବାରେ କୁଣ୍ଠା ପ୍ରକାଶ କରିବେ ନାହିଁ। କ୍ରୋଧ ଭାବାପନ୍ନ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କନ୍ୟା : ପତ୍ନୀଙ୍କ ପରାମର୍ଶରେ ନ ଚଳିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସତ୍ୟବାଦ୍ୟେ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ବହୁମିତ୍ରଙ୍କ ସହାୟତା ମିଳିପାରେ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

ତୁଳା : ପତ୍ନୀ ଗୁଣବତୀ ହୋଇପାରନ୍ତି। ବିବିଧ ଗୁଣଯୁକ୍ତା ହେବେ। ପଦାର୍ଥପ୍ରିୟା ହୋଇପାରନ୍ତି। ଧର୍ମଯୁକ୍ତା ହେବେ। ପୁତ୍ରବତୀ ହୋଇପାରନ୍ତି। ବିନୀତ ସ୍ବଭାବସମ୍ପନ୍ନ ହେବେ। ବ୍ୟବସାୟ ଭଲରେ ଚାଲିବ।

ବିଛା : ଶତ୍ରୁ ବିନାଶ ହେବେ। ମାନସିକ ଶାନ୍ତି ପୁନଃସ୍ଥାପନ ହେବ। ଚାକିରି କ୍ଷେତ୍ର ସୁଦୃଢ଼ ହେବ। ଲୋକପ୍ରିୟ ହେବେ। ବ୍ୟବସାୟ ଲାଭଜନକ ହେବ। ମନରେ ଅହଂଭାବ ଆସିପାରେ। ଋଣମୁକ୍ତ ହେବେ।

ଧନୁ : ପୁତ୍ର ଯଥାର୍ଥ ଦାୟାଦ ହେବ। ସତ୍‌ଚରିତ୍ରବାନ୍‌ ହେବ। ବଳିଷ୍ଠ ହେବାର ସୂଚନା ମିଳୁଛି। ଶତ୍ରୁହନ୍ତା ହେବା ଆଶା କରାଯାଏ। ସେବାପ୍ରିୟ ହେବେ। ମାନସମ୍ମାନଯୁକ୍ତ ହୋଇପାରନ୍ତି। ବିଦ୍ୟାଭ୍ୟାସୀ ହେବେ।

ମକର : ଜଳାଶୟାଦିରୁ ଲାଭବାନ୍‌ ହେବେ। ପିତୃସେବାରୁ ସୁଖ ପ୍ରାପ୍ତ ହେବେ। ଯାନବାହନ ସୁଖ ମିଳିବ। ବାସଗୃହ ସ୍ବାସ୍ଥ୍ୟପ୍ରଦ ହେବ। କର୍ମଚଞ୍ଚଳ ହେବେ। ଭ୍ରାତୃପ୍ରୀତି ରହିବ। କୃଷି ବିଶାରଦ ହେବେ।

କୁମ୍ଭ : କ୍ଷମାଶୀଳ ହେବେ। ଉପକାରୀଙ୍କଠାରେ କୃତଜ୍ଞ ହୋଇପାରନ୍ତି। ସତ୍‌ପଥଗାମୀ ହେବେ। ସୁଶୀଳ ହୋଇପାରନ୍ତି। ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ଈଶ୍ବରୀୟ ଚେତନାଯୁକ୍ତ ହେବେ।

ମୀନ : ବହୁ ଉପାୟରେ ଧନଲାଭ କରିବେ। ଉପବାସାଦି ଧର୍ମକ୍ରିୟାରତ ହୋଇପାରନ୍ତି। ବିଦ୍ୟା ପ୍ରଭାବରେ ଧନ ଅର୍ଜନର ସୁଯୋଗ ମିଳିବ। ବ୍ୟବସାୟରୁ ଅଧିକ ଧନ ଅର୍ଜନ ହେବ।

Comments are closed.