ମଙ୍ଗଳବାର ରାଶିଫଳ (୨୬/୧୦/୨୦୨୧)

ମେଷ : ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହୋଇପାରନ୍ତି। ମଧୁର କଥା କହି ସମସ୍ତଙ୍କ ମନ ଜିଣିପାରିବେ। ପ୍ରେମୀ ଓ ସାହସୀ ହେବେ।

ବୃଷ : ଭାଗ୍ୟଶାଳୀ ହୋଇପାରନ୍ତି। ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ଚରିତ୍ର ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କଠାରୁ ସାହାଯ୍ୟ ମିଳିବ।

ମିଥୁନ : ସୁଖୀ ହେବେ। ସମ୍ମାନିତ ହେବେ। ଆୟ ଆଶାନୁରୂପ ହେବ। ଐଶର୍ଯ୍ୟଯୁକ୍ତ ହେବେ। ମାଲି-ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ପ୍ରୀତିଭୋଜନ ମିଳିପାରେ। ସୁସ୍ଥ ଓ ନିରାମୟ ରହିବ।

କର୍କଟ : କାର୍ଯ୍ୟରେ ବିରୋଧର ସମ୍ମୁଖୀନ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଥଣ୍ଡା-କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ଯାତ୍ରା ସଫଳ ହେବ।

ସିଂହ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁଛି।

କନ୍ୟା : ସୁଖ-ସମ୍ମାନ ଲାଭ କରିପାରନ୍ତି। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନକରି ଗର୍ବିତ ହେବେ।

ତୁଳା : ଧର୍ମକାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ପ୍ରବଳ ଉଦ୍ୟୋଗୀ ହେବେ।

ବିଛା : ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ବ୍ୟବସାୟ ଲାଭଜନକ ହେବ। ଦୁର୍ବଳତା ଅନୁଭବ କରିପାରନ୍ତି। ଜଳଯାତ୍ରା ପ୍ରତି ବିପଦ ଅଛି। ସତର୍କର ସହ ଦିନଟିରେ ଚଳିବାକୁ ପଡ଼ିବ।

ଧନୁ : ମନ ପ୍ରସନ୍ନ ରହିବ। ବନ୍ଧୁଙ୍କ ସହାୟତା ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ମକର : ଆତ୍ମ ସଂଯମୀ ହୋଇପାରନ୍ତି । ଭ୍ରାତୃଭାବ ଅତୁଟ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶାରୀରିକ ଶକ୍ତି ବୃଦ୍ଧି ପାଇବ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି।

କୁମ୍ଭ : ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।

ମୀନ : ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କୃଷିକର୍ମକାରୀ ହୋଇପାରନ୍ତି। ଦଳ ପ୍ରତି ଆଦର ଓ ସମ୍ମାନ ବୃଦ୍ଧି ପାଇବ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

Comments are closed.