ଗୁରୁବାର ରାଶିଫଳ (୨୬/୦୫/୨୦୨୨)

ମେଷ : ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ପ୍ରବୃତ୍ତିର ହେବେ। ଉଚ୍ଚ ପଦପଦବୀରେ ଆସୀନ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜିପାରେ। ସାହସୀ ଓ ଜ୍ଞାନୀ ହେବେ।

ବୃଷ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ​‌େ​‌ହବେ।

ମିଥୁନ : ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହେବେ। ସୁସ୍ଥ ରହିବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ରହିବ।

କର୍କଟ : ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗବିଳାସ କରିପାରନ୍ତି। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ପ୍ରବଳ ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ : ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

କନ୍ୟା : ସତ୍‌ସଙ୍ଗରୁ ଶାନ୍ତି ଓ ସୁଖ ମିଳିବ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭଜନକ ହେବ। ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ ଶୁଭପ୍ରଦ ହେବ।

ତୁଳା : ଅନାବଶ୍ୟକ ଖର୍ଚ୍ଚ ରୋକିବା​‌େ​‌ର ପାରଙ୍ଗମ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

ବିଛା : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କର୍ମତତ୍ପର ହେବେ।

ଧନୁ : ଉଦାର ସ୍ବଭାବର ହେ‌େ‌ବ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ହେବେ। କୃଷିକର୍ମରୁ ଲାଭ ମିଳିବ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ମକର : ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ଓ ବ୍ୟବହାର ମଧୁର ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ସର୍ବତ୍ର ବିଜୟୀ ହେବେ।

କୁମ୍ଭ : ଭାଗ୍ୟଶାଳୀ ହେବେ। ରଚନାଶୈଳୀରେ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ମଧୁରଭାଷୀ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହେବେ। ବ୍ୟବସାୟ ଲାଭଜନକ ହେବ।

ମୀନ : ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସାମାଜିକ ସ୍ତରରେ ଗୌରବର ଅଧିକାରୀ ହେବେ। 

Comments are closed.