ଶୁକ୍ରବାର ରାଶିଫଳ (୨୬/୦୨/୨୦୨୧) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Feb 26, 2021 Share ମେଷ: ବୁଝି ବିଚାରି କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ସରକାରୀ ଅର୍ଥ ମିଳିବ। ବୃଷ: ସଦୁପଦେଶ ମିଳିବ। ଯାତ୍ରା ଶୁଭଦାୟକ ହେବ। ଭ୍ରାତୃଭାବ ଅତୁଟ ରହିବ। ନିଜର ପରାକ୍ରମ ପ୍ରତିପାଦନ କରିପାରନ୍ତି। ଭଉଣୀମାନଙ୍କ ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ମିଥୁନ: ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ। ଶତ୍ରୁତାର ଅବସାନ ଘଟିବ। ଧାତୁଦ୍ରବ୍ୟର ଅଧିକାରୀ ହୋଇପାରନ୍ତି। ତ୍ୟାଗପୂତ ମନୋଭାବର ହୋଇପାରନ୍ତି। ନୀତିନିଷ୍ଠ ବ୍ୟକ୍ତି ଭାବେ ଉଚ୍ଚ ସମ୍ମାନ ମିଳିପାରେ। କର୍କଟ: ମେଧାବୀ ହୋଇପାରନ୍ତି। ଗତି କ୍ଷିପ୍ର ହୋଇପାରେ। ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ। ଗୁପ୍ତଧନ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁଘାତୀ ହେବା ଆଶା କରାଯାଏ। ଭୋଜନାଦିରେ ତୃପ୍ତି ଲାଭ କରିବେ। ସିଂହ: ଦାନ ଧ୍ୟାନରେ ଅଧିକ ବ୍ୟୟ କରିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ। ରିପୁ ଦମନ କରିବାର ଶକ୍ତି ବୃଦ୍ଧି ହୋଇପାରେ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। କନ୍ୟା: ଆୟ ଆଶାନୁରୂପ ହୋଇପାରେ। ନବ ବସ୍ତ୍ରାଦି ପରିଧାନ କରିପାରନ୍ତି। ସୁବର୍ଣ୍ଣ ସଂପଦ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରୁ ଧନ ପ୍ରାପ୍ତ ହୋଇପାରନ୍ତି। ସାମାଜିକ ସ୍ତରରେ ଲୋକ ସଂପର୍କ ବୃଦ୍ଧି ହେବ। Related Posts ଆଗକୁ ବଢ଼ିବ ତାତି : ଉପକୂଳରେ ଗୁଳୁଗୁଳି… May 27, 2022 କିନ୍ନରଙ୍କୁ ଦିଅ ପରିବାର ପେନ୍ସନ :… May 27, 2022 ତୁଳା: କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ବୃତ୍ତିରେ ନୀତିନିଷ୍ଠ ହେଲେ ବହୁଧନର ଅଧିକାରୀ ହେବେ। ସରକାରୀ ସ୍ତରରୁ ଶ୍ରେଷ୍ଠ ସମ୍ମାନ ମିଳିପାରେ। ପିତାଙ୍କ ଆଶୀର୍ବାଦ କଲ୍ୟାଣକାରୀ ହେବ। ଧର୍ମାତ୍ମା ଓ ପରୋକାରୀ ହେବେ। ବିଛା: ଭାଗ୍ୟଶାଳୀ ହୋଇପାରନ୍ତି। ତୀର୍ଥ ଭ୍ରମଣର ସୁଯୋଗ ମିଳିବ। ଧର୍ମକ୍ରିୟାରତ ହୋଇପାରନ୍ତି। ବିଦ୍ୟାର୍ଜନରେ ତତ୍ପରତା ପ୍ରକାଶ ପାଇବ। ଯଶ ଅର୍ଜନ କରିପାରନ୍ତି। ଜୀବନ ଧନୀ ହୋଇପାରେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଧନୁ: ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି। ଅଧିକ ଶ୍ରମ ସ୍ବୀକାର କରିବାକୁ ପଡ଼ିବ। ସତର୍କ ନ ହେଲେ ଆଘାତପ୍ରାପ୍ତ ହୋଇପାରନ୍ତି। ଚୌରଭୟ ଅଛି। ଅପରାହ୍ଣରୁ ପ୍ରିୟଭାଷୀ ହେବେ। ଧନ ଓ ଯାନବାହନ ସୁଖ ମିଳିପାରେ। ମକର: ବାଣିଜ୍ୟ କାରବାର ଫଲଦାୟକ ହେବ। ବାଗ୍ଦତ୍ତାଙ୍କ ସହ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ସ୍ବାଧୀନ ହେତୁ ସୁଖୀ ହେବେ। ବହୁଧନର ଅଧିକାରୀ ହୋଇପାରନ୍ତି। କୁମ୍ଭ: ଶତ୍ରୁ ବିଜୟୀ ହେବେ। ମାତୁଳ ହେତୁକ ମାନଭଙ୍ଗ ହେବ। ଋଣ ଗ୍ରହିତାମାନେ ଋଣ ପରିଶୋଧ କରିବାରେ ସକ୍ଷମ ହେବେ। ଅନ୍ୟାୟ ଉପରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି। ସାଧୁତା, ସହୃଦୟତା ଓ ଦାତା ପଣରେ ଶ୍ରେଷ୍ଠ ହେବେ। ମୀନ: ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ। ଭୋଗାସକ୍ତ ହୋଇପାରନ୍ତି। ଧନଲାଭକାରୀ ହେବେ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ବିନୀତ ସ୍ବଭାବର ହେବେ। ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି। ଗୁଣବାନ୍ ଓ ବହୁବିଦ୍ୟା ପାରଙ୍ଗମ ହେବେ। Share FacebookTwitterWhatsApp
Comments are closed.