ସୋମବାର ରାଶିଫଳ (୨୫/୧୦/୨୦୨୧)

ମେଷ :  ଶତ୍ରୁ ବିଜୟୀ ହେବେ। ମନ ପ୍ରସନ୍ନ ରହିବ। ବହୁ ଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ କରିବେ। ପୁତ୍ର ସୁଖ ମିଳିବ। ଜନବଲ୍ଲଭ ହେବେ। ପ୍ରଭାବଶାଳୀ ହୋଇପାରନ୍ତି।

ବୃଷ :  ସତ୍‌ ପୁତ୍ର ଲାଭ କରିପାରନ୍ତି। ଅଜାତ ଶତ୍ରୁ ହେବାର ସୂଚନା ମିଳୁଛି। ପରିବାରର ମୁରବିତ୍ବ ଜାହିର କରିପାରନ୍ତି। ସଂଗୀତ ପ୍ରିୟ ହେବେ। ଧର୍ମ ମତି ଓ ସୁଶୀଳ ହେବେ। ସାଧୁଙ୍କର ହିତ ସାଧନ କରିବେ।

ମିଥୁନ : ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁ ଧନର ଅଧିକାରୀ ହୋଇପାରନ୍ତି। ଭୋଗ ବିଳାସରେ ଦିନ ବିତାଇ ପାରନ୍ତି। ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ। ବହୁ ବ୍ୟୟର ସମ୍ମୁଖୀନ ହେବେ।

କର୍କଟ : ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରୁ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ବିବାଦରେ ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ। ବହୁସୁଖର ଅଧିକାରୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ : ମିତ୍ର, କ୍ଷେତ୍ର, ଗ୍ରାମ, ଉତ୍ତମ ଯାନବାହନ ଓ ନାନା ସୁଖ ଲାଭ କରିପାରନ୍ତି। ଦେବ ପୂଜା ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିପାରନ୍ତି। ସତ୍ୟବାଦୀ ହେବେ। ପାଣ୍ଡିତ୍ୟ ଅର୍ଜନ କରିବା ସହିତ ଭାଗ୍ୟବାନ୍‌ ହେବେ।

କନ୍ୟା : ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଜିତେନ୍ଦ୍ରିୟ ଓ ବିଦ୍ବାନ୍‌ ହେବେ। ଦୟାଳୁ ସ୍ବଭାବର ହେବେ। ଶତ୍ରୁ ବିନାଶ କରି ଧନ ଭୋଗ କରିବେ। ଐଶ୍ବର୍ଯ୍ୟ ପ୍ରାପ୍ତି ସହିତ ତେଜିୟାନ୍‌ ହୋଇପାରନ୍ତି।

ତୁଳା : ପରଧନରେ ଧନୀ ହୋଇପାରନ୍ତି। ରସିକତ୍ବରୁ ବାଚାଳାମି ଉପୁଜିପାରେ। ଧନ ଉପାର୍ଜନ ଚେଷ୍ଟା ବିଫଳ ହୋଇପାରେ। ଗୁଣଜ୍ଞ ହେବେ। ରାଜପୂଜା ମିଳିବ; ମାତ୍ର ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

ବିଛା : ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। କାର୍ଯ୍ୟ ଯେତେ କଷ୍ଟସାଧ୍ୟ ହେଲେବି ମୁହଁରେ ହସ ରହିବ। ଚଞ୍ଚଳ ଚେଷ୍ଟିତ ହେବେ। ସେବା ଓ ପରୋପକାର ପ୍ରତି ମନ ବଳାଇ ପାରନ୍ତି।

ଧନୁ : ବୁଦ୍ଧି, ବିଦ୍ୟାରେ ପାରଙ୍ଗମ ହେବେ। ଶ୍ରେଷ୍ଠ କର୍ମଯୁକ୍ତ ହେବାର ସୂଚନା ମିଳୁଛି। ବହୁ ସମ୍ପତ୍ତିର ଅଧିକାରୀ ହେବେ। ସରକାରୀ ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଉତ୍ତମ କଥକଭାବେ ଆଦରଣୀୟ ହେବେ।

ମକର : ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ବନ୍ଧୁ-ବାନ୍ଧବଙ୍କର ନିର୍ଭରଯୋଗ୍ୟ ହୋଇପାରନ୍ତି । ବିବାଦରେ ବିଜୟୀ ହେବେ । ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍‌କର୍ମରେ ଲିପ୍ତ ହେବାର ସୂଚନା ମିଳୁଛି।

କୁମ୍ଭ : ସୁଗୁଣ ସମ୍ପନ୍ନ ହେବେ। ଧନବାନ୍‌ ହୋଇପାରନ୍ତି। ସନ୍‌ମାର୍ଗୀ ହେବେ। ଭାଗ୍ୟବାନ୍‌ ହେବେ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ। ଧ୍ୟାନଯୁକ୍ତ ଓ ଧନଯୁକ୍ତ ହୋଇପାରନ୍ତି। ଯାନ-ବାହନ ସୁଖ ମିଳିପାରେ।

ମୀନ : ଦେବ, ଗୁରୁ, ଦ୍ବିଜଙ୍କ ଭକ୍ତ ହୋଇପାରନ୍ତି। ଶୁଚି ଓ ସୁଖୀ ହେବେ। ନିଜ ବଳାର୍ଜିତ ଧନ ସମ୍ପତ୍ତି ଭୋଗ କରିବେ। ବିନମ୍ରଯୁକ୍ତ ହୋଇପାରନ୍ତି। ତପସ୍ୟାରତ ଓ ଦାନଶୀଳ ହେବେ। ଭ୍ରାତା-ପୁତ୍ରାଦି ହେତୁ ଚିନ୍ତିତ ହୋଇପାରନ୍ତି।

Comments are closed.