ରବିବାର ରାଶିଫଳ (୨୫/୧୦/୨୦୨୦)

ମେଷ: ଆୟର ମାର୍ଗ ଉନ୍ମୁକ୍ତ ରହିଛି। ସୁସମ୍ବାଦ ପାଇ ଖୁସି ହେବେ। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦୃଢ଼ ପୌରୁଷ ଯୁକ୍ତ ହେବେ।

ବୃଷ: ଭ୍ରମଣ ଯୋଗ ଅଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ମିଳିବ ଓ ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଦାନ-ଧର୍ମକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ।

ମିଥୁନ: କେବଳ ଯୋଗାଯୋଗ ଶୁଭଦାୟକ ହେବ। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଶୁଭକାର୍ଯ୍ୟ ବର୍ଜନୀୟ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭ୍ରମଣ ବ୍ୟର୍ଥ ହୋଇପାରେ। ଅଷ୍ଟମ ଭାବରେ ଚନ୍ଦ୍ର ଓ ଶନି ଥିବାରୁ ସତର୍କ ରହିବେ।

କର୍କଟ: ସୁଖପୂର୍ଣ୍ଣ ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ସୁସ୍ୱାଦୁ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିପାରନ୍ତି। ନାରୀ ଜାତିକୁ ସମ୍ମାନ ନ ଦେଲେ ଅସୁବିଧା ଉପୁଜି ପାରେ।

ସିଂହ: ବନ୍ଧୁ ପ୍ରୀତି ବଳବତ୍ତର ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ମିଳିବ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ସାମାନ୍ୟ ଆଘାତ ମିଳିପାରେ।

କନ୍ୟା: ଯାତ୍ରା ଶୁଭଦାୟକ ହେବ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶରୀର ଦୁର୍ବଳ ରହିବ।

ତୁଳା: ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ। ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁଭାବ ବୃଦ୍ଧି ହେଲେବି ଅନିଷ୍ଟ ହେବ ନାହିଁ।

ବିଛା: ଆଶୀର୍ବାଦଯୁକ୍ତ ହେବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ପାଇ ଆତ୍ମତୃପ୍ତି ଲାଭ କରିବେ। ସରକାରୀ ସ୍ତରରୁ ଲାଭ ମିଳିବ। ନିରୀହ ଓ ପ୍ରମାଦହୀନ ହେବେ।

ଧନୁ: ଉଚ୍ଚ ଆଶା ଫଳବତୀ ହେବ। ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି। ଜନସାଧାରଣଙ୍କର ଶ୍ରଦ୍ଧାଭାଜନ ହେବେ। ବ୍ୟବସାୟ ଲାଭଜନକ ହେବ। ରାଜ ପୂଜିତ ହେବେ। ବନ୍ଧୁଙ୍କ ସହିତ ମତାନ୍ତର ଘଟିପାରେ।

ମକର: ଅପେକ୍ଷାରତ ନ ହୋଇ ଉତ୍‍କ୍ଷଣାତ୍‍ କାର୍ଯ୍ୟର ଅଗ୍ରଗତି ଘଟାଇ ପାରନ୍ତି। ଆଶାବାଦୀ ହେବେ। ରୋଜଗାର ଦ୍ୱିଗୁଣିତ ହୋଇପାରେ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ପରଦତ୍ତ ଲୁବ୍ଧ ହୋଇପାରନ୍ତି।

କୁମ୍ଭ: ପୂର୍ବାହ୍ଣରେ ଖର୍ଚ୍ଚାନ୍ତ ଯୋଗ ଥିବାବେଳେ ଅପରାହ୍ଣରୁ ଆୟର ମାର୍ଗ ଉନ୍ମୁକ୍ତ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ।

ମୀନ: ଶୁଭ ଖବର ପାଇ ମନ ପ୍ରଫୁଲ୍ଲ ରହିବ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନାନା ସୁଖର ଅଧିକାରୀ ହେବେ। ଯଶସ୍ୱୀ ହେବେ। ଶତ୍ରୁ ବିଜୟୀ ହେବେ।

Comments are closed.