ରାଶିଫଳ (ବୁଧବାର)୨୫/୦୫/୨୦୨୨

ମେଷ: ପଥରୋଧକାରୀମାନେ ଅପଦସ୍ଥ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ପାଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟସେବାରେ ଧନ ବ୍ୟୟ ହେବ।

ବୃଷ: ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ଗୁଣଜ୍ଞ ଓ ନୀତିନିଷ୍ଠ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଗ୍ରାମ ଓ ଦଳ ମଧ୍ୟରେ ଭେଦ ନୀତିର କାରଣ ହେବେ। ଚତୁର ଓ ଧନଯୁକ୍ତ ହେବେ।

ମିଥୁନ: ଯାନବାହନ ଯୁକ୍ତ ହେବେ। ଆଶା କରାଯାଏ ରଜପ୍ରାସାଦ ସଦୃଶ ସମସ୍ତ ସୁଖ, ଶୌର୍ଯ୍ୟ ଭୋଗକରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ।

କର୍କଟ: ପୁତ୍ର ସୁଖରେ ସୁଖୀ ହେବେ। ମିତ୍ରମାନେ ଅନୁରକ୍ତ ରହିବେ। ଜିତେନ୍ଦ୍ରିୟ ହେବେ। ସନ୍ମାର୍ଗୀ ହେବେ। ଜ୍ଞାନୀଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ଭାଗ୍ୟବାନ୍‌ ହେବେ। ଧନ, ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହେବେ।

ସିଂହ: ତୀର୍ଥ ଭ୍ରମଣ ଯୋଗ ରହିଛି। ସୁଖୀ ହେବେ। ଦେବ ପୂଜାନିରତ ହୋଇପାରନ୍ତି। ଅତିଥି ପରାୟଣ ହେବେ। ଦେବ, ଗୁରୁ, ଦ୍ବିଜ ଭକ୍ତ ହେବେ। ନିଜ ବଳାର୍ଜିତ ଧନ ଭୋଗ କରିବେ।

କନ୍ୟା: ନିଜ ପୁତ୍ରର ହିତ ସାଧନ କରିପାରନ୍ତି। ଧର୍ମଧ୍ବଜାଧାରୀ ହେବେ। ପତ୍ନୀଙ୍କ ଅସୁସ୍ଥତା ପାଇଁ ଯତ୍ନବାନ୍‌ ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ।

ତୁଳା: ଦୁଃସାହସିକ ପଦକ୍ଷେପ ନେଇ ଶତ୍ରୁ ଦମନ କରିପାରନ୍ତି। ପାରିବାରିକ ସୁଖ ମିଳିବ। ସ୍ଥିତି ଅନୁକୂଳ ରହିଛି। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କରଜ ଶୁଝିବେ। ଶୁଭକାର୍ଯ୍ୟ କରିପାରନ୍ତି।

ବିଛା: ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଯେ କୌଣସି କାର୍ଯ୍ୟରେ ହାତ ଦେଇ ସଫଳତା ହାସଲ କରିବେ।

ଧନୁ: ରାଜପୂଜିତ ହୋଇପାରନ୍ତି। ଯାନବାହନଯୁକ୍ତ ହେବେ। ଗ୍ରାମାଧୀଶ ହେବାର ସୂଚନା ମିଳୁଛି। ପରାକ୍ରମଶାଳୀ ହେବେ। ବହୁଲୋକଙ୍କ ଦାନାପାଣିର ହର୍ତ୍ତା, କର୍ତ୍ତା ହୋଇପାରନ୍ତି। ଗୁଣବାନ୍‌ ଓ ଧନୀ ହେବେ।

ମକର: ଦୃଢ଼ ମନୋବଳ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ଆର୍ଥିକ ଅବସ୍ଥାର ଢେର ଉନ୍ନତି ଘଟିବ। ଦେବଦର୍ଶନରେ ଅଭିଳାଷ ପୂର୍ଣ୍ଣ ହେବ। ଅଶାନ୍ତି ଦୂର ହେବ। ଦେବପୂଜା ନିରତ ହେବେ।

କୁମ୍ଭ: ଆଶାବାଦୀ ହେବେ। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। କୀର୍ତ୍ତିମାନ୍‌ ହେବେ।

ମୀନ: ମହାନୁଭବ ବ୍ୟକ୍ତିଭାବେ ପୂଜ୍ୟପୂଜାର ଅଧିକାରୀ ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମାନ୍ୟତା ପ୍ରାପ୍ତ ହେବେ। ଗୁଣଜ୍ଞ ହେବେ। ମିତ୍ରତା ଅର୍ଜନ କରିବେ। ସୁସ୍ଥ ରହିବେ। ଚିନ୍ତାଧାରା ମହତ୍‌ ହେବ।

Comments are closed.