ମଙ୍ଗଳବାର ରାଶିଫଳ(୨୩/୧୧/୨୦୨୧)

ମେଷ :  ଶ୍ରମର ମୂଲ୍ୟାଙ୍କନ ହୋଇପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଦେବଦର୍ଶନରେ ଆତ୍ମ ସନ୍ତୋଷ ଲାଭ କରିବେ। ସରକାରୀ ସ୍ତରରୁ ଲାଭ ମିଳିବ।

ବୃଷ : ତ୍ୟାଗଶୀଳ ହେବେ। ମତିମାନ୍‌ ହୋଇପାରନ୍ତି। ଧନଯୁକ୍ତ ହୋଇପାରନ୍ତି। କୀର୍ତ୍ତିଶାଳୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ ସହିଷ୍ଣୁ ହେବେ। ନୀତିନିଷ୍ଠ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

ମିଥୁନ : ଭଲ ରୋଜଗାର ହେବ। ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭ ଉଠାଇ ପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

କର୍କଟ : କର୍ମଚଞ୍ଚଳ ରହିବେ। ଯୁଦ୍ଧଯାତ୍ରା ଶୁଭଦାୟକ ହେବ। ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିପାରନ୍ତି। ବ୍ୟୟ ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି।

ସିଂହ : ଆୟର ମାତ୍ରାର ବୃଦ୍ଧି ପାଇବ। ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବାର ସମ୍ଭାବନା ରହିଛି।

କନ୍ୟା : ସୁସମ୍ବାଦ ଶୁଣି ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ବିଜୟୀ ହେବାର ସମ୍ଭାବନା ରହିଛି।

ତୁଳା : ଚାତୁର୍ଯ୍ୟପୂର୍ଣ୍ଣ କଥା ପାଇଁ ଆଦରଣୀୟ ହେବେ। ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ମନ ପ୍ରଫୁଲ୍ଲ ରହିବ।

ବିଛା :  ଥଣ୍ଡା-କଫଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ରାଜପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ଗ୍ରାମାଧୀଶ ହେବେ। ବହୁ ପୋଷକ ହେବେ। ଆଜି ସତର୍କତାର ସହ ଚଳିବାକୁ ପଡ଼ିବ।

ଧନୁ : ବନ୍ଧୁ ମିଳନ ସୁଖଦାୟକ ହେବ। ଆଜିର ଦିନରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ପ୍ରୀତିଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।

ମକର :  ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ।

କୁମ୍ଭ : ଅଧ୍ୟୟନରତ ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅମୋଘ ଶକ୍ତି ସମ୍ପନ୍ନ ହେବେ। ଷଡ଼ ଐଶ୍ବର୍ଯ୍ୟଶାଳୀ ହୋଇପାରନ୍ତି। ସ୍ଥିତପ୍ରଜ୍ଞ ହେବେ। ଧନ ପାଇ ବି ଭକ୍ତିବର ପ୍ରାପ୍ତ ହେବେ।

ମୀନ :  ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଗୃହ ପରିବେଶ ଉନ୍ନତମାନର ହେବ। ଯାନବାହନ ସୁଖ ମିଳିପାରେ। କୃଷି କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦେବେ।

Comments are closed.