ସୋମବାର ରାଶିଫଳ (୨୩/୦୫/୨୦୨୨)

ମେଷ : ପ୍ରଭୂତ ବିତ୍ତର ଅଧିକାରୀ ହେବେ। ନାନା ସୁନ୍ଦର ଓ ମୂଲ୍ୟବାନ ବସ୍ତୁ ଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ।

ବୃଷ : ରାଜତୁଲ୍ୟ କ୍ଷମତା ଓ ସୁଖଭୋଗ କରିବେ। ଉତ୍ତମ ଗୁଣର ଅଧିକାରୀ ହେବେ। ଧନବାନ୍‌ ହେବେ। ବିଧି-ବିଧାନ ବିଦ୍ୟାରେ ପାରଦର୍ଶୀ ହେବେ। ପାପ-ତାପ ପରିହରକ ହୋଇପାରନ୍ତି।

ମିଥୁନ : ଧର୍ମକ୍ରିୟାରତ ହେବେ। କ୍ଷୀଣପୁଣ୍ୟ ହୋଇ ବୈକୁଣ୍ଠରୁ ମର୍ତ୍ତ୍ୟଲୋକକୁ ଆସି ପୁଣି ରାଜ୍ୟ ଭୋଗକରି ବୈକୁଣ୍ଠବାସୀ ହେବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

କର୍କଟ : ଆଜିଦିନର କାର୍ଯ୍ୟକଳାପ, ବାଣିଜ୍ୟ କାରବାର, ପ୍ରୀତିଭୋଜନ ସବୁ ସୁଖଦାୟକ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଅବିବାହିତଙ୍କର ସୁନ୍ଦରୀ କନ୍ୟା ସହିତ ବିବାହ ସ୍ଥିର ହେବ। ମୂଲ୍ୟବାନ ଦ୍ରବ୍ୟ ମିଳିବ।

ସିଂହ : ଅଜାତଶତ୍ରୁ ହୋଇପାରନ୍ତି। ଚାଲିଚଳନ, ବ୍ୟବହାର ଭଦ୍ରୋଚିତ ହେବ। ଋଣଗ୍ରହୀତାମାନେ ପରିଶୋଧକ୍ଷମ ହେବେ। ବେଶ-ପରିପାଟୀ ଦେବଦୁର୍ଲଭ ହେବ। ଶାଶ୍ବତ ଶାନ୍ତିର ସନ୍ଧାନ ମିଳିବ।

କନ୍ୟା : ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନ, ଜନ, ଗୋପ, ଲକ୍ଷ୍ମୀ ତଥା ଚତୁର୍ବର୍ଗାଦି ସବୁକିଛି ପ୍ରାପ୍ତ ହେବେ।

ତୁଳା : ପରିଶ୍ରମୀ ହେବେ। ଯାନ-ବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି। ବିବେକରୂପୀ ମହାର୍ଘ ସମ୍ପଦର ପରିପ୍ରକାଶ ଘଟାଇ ଜନକଲ୍ୟାଣରେ ବ୍ରତୀ ହୋଇପାରନ୍ତି।

ବିଛା : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ସରକାରୀ ଓ ବେସରକାରୀ ଆଦି ବିଭିନ୍ନ ସୂତ୍ରରୁ ଧନ ଆହରଣ କରିବାରେ ସିଦ୍ଧହସ୍ତ ହେବେ। ଈପ୍‌ସିତ ସୁଯୋଗ ସୃଷ୍ଟି ହେବ। ସତ୍ୟନିଷ୍ଠ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

ଧନୁ : ସମ୍ବେଦନା ସହିତ ଯୋଡ଼ିହୋଇ ସେବାର ମହତ୍ତ୍ବ ଉପଲବ୍ଧି କରିପାରନ୍ତି। ସର୍ବଦର୍ଶୀ ହୋଇପାରନ୍ତି। ଚେତନାର ଉଳ ପ୍ରଦୀପ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ତ୍ୟାଗଶୀଳ ଓ ମତିମାନ୍‌ ହେବେ।

ମକର : ସତ୍‌ସଙ୍ଗରୁ ପାଇବେ ଶାନ୍ତି ଓ ତୃପ୍ତିର ସୂତ୍ର। ଧନବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ଆୟ ଊଣା ହେବ ନାହିଁ। ସରକାରୀ ଓ ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ଥ ଓ ନିରାମୟ ରହିବେ। ଧର୍ମଧ୍ବଜାଧାରୀ ହେବେ।

କୁମ୍ଭ : ପୁରାତନ ଶବ୍ଦ ଭଣ୍ଡାରର ମଞ୍ଜୁଷାକୁ ଖୋଲି ନିଜର ସାରସ୍ବତ ସାଧନାକୁ ବ୍ୟକ୍ତ କରିପାରନ୍ତି। ବ୍ରହ୍ମବାଦୀ ହେବେ। ଭାଷାର ନମନୀୟ ଓ କମନୀୟକୁ ଲୋକଲୋଚନକୁ ଆଣିପାରନ୍ତି। ଖର୍ଚ୍ଚାନ୍ତ ଯୋଗ ଅଛି।

ମୀନ : ମହନୀୟ ରାଜପଦ ଓ ଅତୁଳ ଧନସମ୍ପଦର ଅଧିକାରୀ ହେବେ। ବ୍ୟବସାୟ ଲାଭଦାୟକ ହେବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସମ୍ମାନ ପ୍ରାପ୍ତି ସହ ଅର୍ଥପ୍ରାପ୍ତ ହେବେ।

Comments are closed.