ଗୁରୁବାର ରାଶିଫଳ (୨୩/୧୨/୨୦୨୧୦

ମେଷ : କୃଷି କର୍ମ ଲାଭଜନକ ହେବ। ଯାନ-ବାହନ ସୁଖ ମିଳିବ। ଗୃହ ପରିବେଶ ବାସ ଉପଯୋଗୀ ହେବ। ନିଜ ଅର୍ଜିତ ଧନରେ ଧନୀ ହୋଇପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ଆନନ୍ଦ ଉପଭୋଗ କରିବେ।

ବୃଷ : ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଠାକୁରଙ୍କ ଦର୍ଶନାଭିଳାଷୀ ହେବେ। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ ମିଳିବ। କବି ହେବେ। ସରକାରଙ୍କୁ ସମର୍ଥନ କରିବେ।

ମିଥୁନ : ନିଃସ୍ବାର୍ଥପର ହେବେ। ମତିମାନ୍‌ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ; ଏପରି କି ପତ୍ନୀଙ୍କଠାରୁ ଧନ ଆହରଣ କରିପାରନ୍ତି। ଅକ୍ଷୟ କୀର୍ତ୍ତି ସ୍ଥାପନ କରିବେ। ସହିଷ୍ଣୁ ହେବେ।

କର୍କଟ : ଆୟ ଆଶାନୁରୂପ ହେବ । ସୁକର୍ମା ହୋଇପାରନ୍ତି। ରୁଚିକର ଭୋଜନ ମିଳିବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଘାତଚନ୍ଦ୍ର ଥିବାରୁ ସତର୍କରେ ଚଳିବେ।

ସିଂହ : ସତ୍‌ସଙ୍ଗରେ ଧନ ବ୍ୟୟ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ଓହରି ଯାଇପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ମଧୁର ବ୍ୟବହାର ଯୋଗୁଁ ଲୋକାଦୃତ ହୋଇପାରନ୍ତି।

କନ୍ୟା :‌  ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜଦରବାରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିନୟ ଭାବର ହେବେ। ସାଧୁ ପ୍ରୀତି ରହିବ।

ତୁଳା : ବିଭିନ୍ନ ସୂତ୍ରରୁ ଧନଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ କରିପାରନ୍ତି। ବାଣିଜ୍ୟ କାରବାର ବଢ଼ିବ। ପରୋପକାରୀ ହେବେ।

ବିଛା : ଦୈନଦିନ କାର୍ଯ୍ୟ ନିର୍ବାହରେ ପାରଙ୍ଗମ ହେବେ। ଶ୍ରମ ସାର୍ଥକ ହେବ। ମିଳିଥିବା କ୍ଷମତାର ସଦ୍‌ ବ୍ୟବହାର କରି ପ୍ରଶଂସିତ ହେବେ। ଧର୍ମଧ୍ବଜାଧାରୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।

ଧନୁ : ପରୋପକାରୀ ହେବେ। ମାନସିକ ସ୍ତରରେ ବିଚାରବନ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ମତିମାନ୍‌ ହୋଇପାରନ୍ତି। ବହୁଜନ ପୋଷକ ହେବେ।

ମକର : ଆଜି ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ । ଦାମ୍ଭିକ ହୋଇପାରନ୍ତି । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଶୁଭକାର୍ଯ୍ୟ କରିପାରନ୍ତି । ସୁସ୍ବାଦୁ ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ।

କୁମ୍ଭ : ମିତ୍ର ଲାଭ ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଭୁ-ସମ୍ପତ୍ତି ପାଇଁ ବିବାଦ ଦେଖାଦେବ।

ମୀନ : ଅଧ୍ୟାପନାର ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହେବେ। ଶୁଭ ଖବର ପାଇ ଖୁସି ହେବେ। ପୁତ୍ର ସୁଖ ମିଳିବ। ବିଭିନ୍ନ ସ୍ତରରୁ ଧନ ଆହରଣ କରିବାରେ ପାରଙ୍ଗମ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.