ଶନିବାର ରାଶିଫଳ (୨୧/୦୫/୨୦୨୨)

ମେଷ :  ବିଦ୍ୟାଭ୍ୟାସୀ ହୋଇ ଜୀବନର ଅନ୍ଧକାରକୁ ସମାପ୍ତ କରିବାର ପଥ ବାଛି ନେଇପାରନ୍ତି। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ରହିବ।

ବୃଷ : ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗବିଳାସରେ ଦିନଟି ଅତିବାହିତ କରିପାରନ୍ତି। ଜୀବନ, ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି।

ମିଥୁନ : ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି କର୍ତ୍ତବ୍ୟ ପାଳନରେ ବ୍ରତୀ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

କର୍କଟ : ବ୍ୟବସାୟ ଲାଭଜନକ ହେବ। ସମାଜସେବୀଭାବେ ଖ୍ୟାତି ଅର୍ଜନ କରିପାରନ୍ତି। ମନରେ ଉପୁଜିଥିବା ଅହଂଭାବକୁ ସମର୍ପଣ କିମ୍ବା ବିସର୍ଜନ ଦେଇପାରନ୍ତି। ପତ୍ନୀପଥ ପ୍ରଦର୍ଶିକା ହୋଇପାରନ୍ତି।

ସିଂହ : ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ସୁପ୍ରତିଷ୍ଠିତ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଚତୁର ଓ ଶତ୍ରୁଦମନକାରୀ ହୋଇପାରନ୍ତି। ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

କନ୍ୟା : ମାନସମନ୍ଥନ କରି ନିଷ୍କର୍ଷରେ ଉପନୀତ ହୋଇପାରନ୍ତି। ଅଧ୍ୟୟନରତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଲଟେରି ସହାୟତା ମିଳିବ।

ତୁଳା : ଦାନ-ଧ୍ୟାନରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଉଦାର ଚରିତଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ବିଛା :​‌  ଗଭୀର ଆତ୍ମବିଶ୍ବାସକୁ ପାଥେୟକରି କାର୍ଯ୍ୟ ସମ୍ପାଦନ କରିବେ। ଭାଷା ଓ କୌତୁକୀ ଭାଷା ପ୍ରୟୋଗ କରି ବହୁ ବ୍ୟକ୍ତିଙ୍କ ଆଦରର ପାତ୍ର ହେବେ। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ଧନଲାଭ ହେବ।

ଧନୁ : ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବେ।

ମକର : ଭଲ ଆୟ ହେବ। ଐଶ୍ବର୍ଯ୍ୟପ୍ରାପ୍ତିର ସୁଯୋଗ ଅଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ମୋକଦ୍ଦମା ଖର୍ଚ୍ଚ ମିଳିବ। ଭୋଜନ ତୃପ୍ତିଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ।

 କୁମ୍ଭ : ମାର୍ମିକ ଓ ଅନବଦ୍ୟ ରଚନା, ଶବ୍ଦ ସଂଯୋଜନା ପାଠକଙ୍କୁ ବିମୋହିତ କରି ସାହିତ୍ୟାନୁରାଗୀ କରିପାରନ୍ତି। ଯେତେ ଚେଷ୍ଟା କଲେ ବି, ମିତବ୍ୟୟୀ ହେବା ଅସମ୍ଭବ ହୋଇପାରେ। ସାଧନାରେ ବ୍ରତୀ ହେବେ।

ମୀନ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବ। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ। ଯାନବାହନ ସୁଖ ମିଳିବ।

Comments are closed.