ଗୁରୁବାର ରାଶିଫଳ (୨୧/୦୪/୨୦୨୨)

ମେଷ :  ଗୋ-ମାତାଦି ଗୃହପାଳିତ ପଶୁଙ୍କ ସେବା କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। କ୍ଷମତାପ୍ରାପ୍ତ ହେବାର ସୂଚନା ମିଳୁଛି। ଜନକଲ୍ୟାଣ ମିଳିବ। ବିବାଦରେ ବିଜୟୀ ହେବେ।

ବୃଷ : ହାସ୍ୟପ୍ରିୟ ହୋଇପାରନ୍ତି। ଶ୍ଲେଷ୍ମାଜନିତ କଷ୍ଟଭୋଗର ସୂଚନା ମିଳୁଛି। ଚତୁଷ୍ପଦଶୃଙ୍ଗୀ ପ୍ରାଣୀଙ୍କ ପ୍ରତି ସତର୍କ ରହିବେ। ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିପାରନ୍ତି।

ମିଥୁନ : ଅପରୂପା ପତ୍ନୀ ଲାଭ ହୋଇପାରେ। ଧନଯୁକ୍ତ ହେବେ। ଉତ୍ତମ ବୃତ୍ତିଧାରୀ ହୋଇପାରନ୍ତି। ରୂପବାନ୍‌ ହେବେ। ଗୁଣୀ ହେବେ। ନୂତନ ବେଶଧାରୀ ହୋଇପାରନ୍ତି। ସଦା ବିନୟୀ ହେବେ। ଦିନଟି ସୁଖବୋଧ ହେବ।

କର୍କଟ :  ଉତ୍ତମ ଗୃହୀ ହେବେ। ମନ ଆତୁରିତ ରହିବ। ବ୍ରାହ୍ମଣଙ୍କ ସହିତ ଶତ୍ରୁତା ଆଚରଣ ହୋଇପାରେ। ସରକାରୀ ବିରୋଧୀ ହେବେ। ମହାଜନଙ୍କଠାରୁ ଆଣିଥିବା ଋଣ ପୈଠ କରିପାରନ୍ତି। ଶତ୍ରୁଙ୍କୁ ପରାଜିତ କରିବେ।

ସିଂହ : ପୁତ୍ରମାନେ ନିଜ ପତ୍ନୀଙ୍କ ସୁଖ ସୌଖୀନ ଉପରେ ଧ୍ୟାନ ଦେବେ। ପଢ଼ାପଢ଼ିରେ ସମୟ ଅତିବାହିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆର୍ଥିକ ଅନ୍ତଃସ୍ରୋତରେ ସ୍ଥିତି ଦୃଢ଼ ହେବ।

କନ୍ୟା : ପତ୍ନୀଙ୍କ ଉଦ୍ୟମରୁ ସୁଖପ୍ରାପ୍ତ ହେବେ। ରାଜସେବାରେ ନିୟୋଜିତ ହୋଇପାରନ୍ତି। କର୍ମସଂସ୍ଥାନ ଦୃଢ଼ ହେବ। ଉଦ୍ୟମ ସଫଳ ହେବ। ସେବାରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କୃଷକମାନଙ୍କୁ ପରାମର୍ଶ ଦେବେ।

ତୁଳା : ଧର୍ମଗୁରୁଙ୍କଠାରୁ ଦୀକ୍ଷା ପାଇଁ କୁକର୍ମ ବର୍ଜନ କରି ସୁକର୍ମା ରହି ଆର୍ଥିକ ସ୍ଥିତିକୁ ମଜଭୁତ କରିବାରେ ପାରଙ୍ଗମ ହେବେ। ନିଜ ପ୍ରତି କଠୋର ଓ ଅନ୍ୟମାନଙ୍କ ପ୍ରତି କୋମଳ ହେତୁ ବେସରକାରୀ ଲାଭ ପାଇବେ।

ବିଛା : ବିଭିନ୍ନ ପ୍ରକାରର ବ୍ୟବସାୟ କରି ବିଶେଷ ଲାଭବାନ୍‌ ହେତୁ ଅକ୍ଳାନ୍ତ ପରିଶ୍ରମ କରି ବସ୍ତ୍ର ଓ ଶସ୍ୟ ବ୍ୟବସାୟକୁ ସୁଦୂର ପ୍ରସାରୀ କରିପାରନ୍ତି। ତୈଳ ବ୍ୟବସାୟ ଲାଭଜନକ ହେବ।

ଧନୁ : ଧ୍ୟାନ କ୍ରିୟାଯୁକ୍ତ ହେବେ। ସର୍ବଦା ନୀତିନିୟମରେ ଚଳିବେ। ଧର୍ମଧ୍ବଜାଧାରୀ ହେବେ। ଯଶସ୍ବୀ ହୋଇପାରନ୍ତି। ଭଲ ରୋଜଗାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।

ମକର : ସ୍ବକୁଳର ହିତ ସାଧନ କରିପାରନ୍ତି। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିବେ। ଧର୍ମକ୍ରିୟା ହେତୁକ ଧନ ବ୍ୟୟ କରିପାରନ୍ତି। ଏକାନ୍ତ ସାଧନା ଫଳବତୀ ହୋଇପାରେ। ଭାଷା ଓ ବ୍ୟବହାର ମଧୁରମୟ ହୋଇପାରେ।

କୁମ୍ଭ : ସ୍ବକର୍ମରୁ ଉଚ୍ଚାସନ ପ୍ରାପ୍ତ ହେବେ। ନ୍ୟାୟ ଧର୍ମରୁ ଜନସାଧାରଣଙ୍କ ଆଦରର ପାତ୍ର ହେବେ। ପରାକ୍ରମୀ ହେବେ। ବିଦ୍ୟା ପ୍ରଭାବରୁ ଓ ସାଧୁସଙ୍ଗରୁ ସୁଖୀ ଓ ଯଶସ୍ବୀ ହେବାର ସୂଚନା ମିଳୁଛି। ଜ୍ଞାନୀ ହେବେ।

ମୀନ : କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଆଣିବାକୁ ପାରଙ୍ଗମ ହେବେ। ଦୀନ, ଦରିଦ୍ରଙ୍କ ଦାନାପାଣିର ହର୍ତ୍ତା, କର୍ତ୍ତା ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସୁଖୀ ହେବେ।

Comments are closed.