ଶୁକ୍ରବାର ରାଶିଫଳ (୨୦/୧୧/୨୦୨୦)

ମେଷ: ସାଧନା ଫଳବତୀ ହେବ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସ୍ୱଚ୍ଛ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ ରହିବ।

ବୃଷ: ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।

ମିଥୁନ: ଧନକ୍ଷୟ ହେବାର ସୂଚନା ମିଳୁଛି। ସ୍ୱାଭିମାନୀ ହେବେ। ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟରେ ହାତ ନ ଦେଇ ଶୁଭ ସମୟକୁ ଅପେକ୍ଷା କରନ୍ତୁ। କାବ୍ୟକର୍ତ୍ତା ହେବେ।

କର୍କଟ: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ନିଜ କାର୍ଯ୍ୟ ପାଇଁ ମନରେ ଅହଂଭାବ ଆସିପାରେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ସିଂହ: ମନସ୍କାମନା ପୂର୍ଣ୍ଣ ହେବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ।

କନ୍ୟା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ପତ୍ନୀ ଆଜ୍ଞାକାରିଣୀ ହେବେ।

ତୁଳା: ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ବ୍ୟକ୍ତିତ୍ୱର ବିକାଶ ଘଟିବ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମ ଉପରେ ଗୁରୁତ୍ୱ ଦେବେ। ପ୍ରେମୀ ଓ ବୁଦ୍ଧିମାନ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ବିଛା: ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ ହେବେ। ମନ ପ୍ରସନ୍ନ ରହିବ। ଜଣେ ଆସ୍ତିକ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିପାରେ। ବିବାଦରେ ବିଜୟୀ ହେବେ।

ଧନୁ: ଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଲାଭଜନକ ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ମିତ୍ର ସୁଖ ଲାଭ କରିବେ।

ମକର: କାର୍ଯ୍ୟରେ ସଫଳତା ମିଳିବ; ମାତ୍ର କିଛିଟା କଷ୍ଟ ସହିବାକୁ ପଡ଼ିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଯୁଦ୍ଧ ବା ମୋକଦ୍ଦମାରେ ବିଜୟୀ ହେବେ। ଭଲ ଆୟ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ।

କୁମ୍ଭ: ପଥରୋଧ କରିବାକୁ କେହି ଉଦ୍ୟମ ଚଳାଇପାରନ୍ତି। କର୍ମଚଞ୍ଚଳ ରହିବେ। କିଛି ସମୟ ପାଇଁ ନିରୋଳାରେ ସମୟ କଟାଇବାକୁ ଇଚ୍ଛା କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ।

ମୀନ: ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ କରିପାରନ୍ତି। ସୁଖୀ ହେବେ।

Comments are closed.