ସୋମବାର ରାଶିଫଳ (୨୦/୧୨/୨୦୨୧)

ମେଷ :  କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଆର୍ଥିକ ସ୍ଥିତିରେ ପ୍ରଭୂତ୍ବ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ଅଛି। ଅଶାନ୍ତି ଦୂର ହେବ। ସରକାରୀ ଲାଭ ମିଳିବ।

ବୃଷ : ଆଶାବାଦୀ ହୋଇପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍‌ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ଓ ଅତି ସୁଖୀ ହେବେ। ସହିଷ୍ଣୁ ହେବେ। କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବେ।

ମିଥୁନ : ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

କର୍କଟ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। କାର୍ଯ୍ୟରେ ବାଧା ଦେବା ପାଇଁ କେହି ଉଦ୍ୟମ ଚଳାଇ ପାରନ୍ତି। ସ୍ବାସ୍ଥ୍ୟ ରକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ।

ସିଂହ : ରୋଜଗାର ଆଶାନୁରୂପ ହେବ। ସୁସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ।

କନ୍ୟା : ପରିଶ୍ରମ ଯେତେ କଠିନ ହେଉ ପଛେ; ତା’ର ମୂଲ୍ୟ ମିଳିବ। ଶୁଭଖବର ମିଳିପାରେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛତା ଦେଖାଦେବ। ଶୁଭକାର୍ଯ୍ୟ ସମ୍ପାଦିତ ହେବ।

ତୁଳା : କର୍ମକ୍ଷେତ୍ର ଉତ୍ସାହଜନକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରିବେ ଓ ତା’ର ସଦ୍‌ ବ୍ୟବହାର କରି ପ୍ରଶଂସିତ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।

ବିଛା : ସାମାନ୍ୟ କ୍ଲାନ୍ତ ଅନୁଭବ କରିବେ। ଆକସ୍ମିକ ସମସ୍ୟା ଦେଖାଦେଇ ପାରେ। ସମ୍ମାନ, ଧନ ଓ ଯାନବାହନରୁ ସୁଖ ଭୋଗ କରିପାରନ୍ତି। ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦ ଲାଭ କରିପାରନ୍ତି।

ଧନୁ : ଉଚ୍ଚ ଆଶା ଫଳବତୀ ହେବ। ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁସ୍ବାଦୁଭୋଜନ ମିଳିବ।

ମକର : ପୂର୍ବ ପ୍ରସ୍ତୁତି ଯୋଗୁଁ ଶତ୍ରୁକୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିବେ।

କୁମ୍ଭ : ପରାମର୍ଶଦାତା ହେବେ। ପଢ଼ାପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ବିଶେଷ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଗୁଣଜ୍ଞ ହେବେ।

ମୀନ : ଶ୍ରମ ସାର୍ଥକ ହେବ। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ବିତ୍ତବାନ୍‌ ହେବେ। ବୁଦ୍ଧିମାନ୍‌ ହେବେ। ଯାନ-ବାହନ ସୁଖ ମିଳିପାରେ। ଧନ ସହିତ ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ପରୋପକାରୀ ହେବେ।

Comments are closed.