ସାପ୍ତାହିକ ରାଶିଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସନ୍ତାନ ଚିନ୍ତା ଦେଖାଦେବ। ବୁଧବାର ଓ ଗୁରୁବାର ଶତ୍ରୁ ପରାସ୍ତ ହେବେ। ଶୁକ୍ରବାର ଓ ଶନିବାର ପ୍ରେମରେ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନଙ୍କ ମନ୍ତ୍ର ପାଠ କରନ୍ତୁ।

ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଯାନବାହନ ଜନିତ ସମସ୍ୟା ଦେଖାଦେବ। ବୁଧବାର ଓ ଗୁରୁବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଶୁକ୍ରବାର ଓ ଶନିବାର ସମୟ ଆପଣଙ୍କ ସପକ୍ଷରେ ଯିବ। ମହିଳା ଓ ବିଦ୍ୟାର୍ଥୀ ପ୍ରୀତି ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସ୍ତୋତ୍ର ପାଠ କରନ୍ତୁ।

ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ। ବୁଧବାର ଓ ଗୁରୁବାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ସନ୍ତାନଙ୍କୁ ନେଇ ଚିନ୍ତା କରିବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।

କର୍କଟ: ରବିବାର ସଫଳତା ଲାଭ ହେବ। ସୋମବାର ଓ ମଙ୍ଗଳବାର ଜଗିରଖି ଚଳିବେ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର କାର୍ଯ୍ୟରେ ବିପଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ସିଂହ: ରବିବାର ଶତ୍ରୁ ଦ୍ବାରା ପରାସ୍ତ ହେବେ। ସୋମବାର ଓ ମଙ୍ଗଳବାର ଶ୍ରୀଯୁକ୍ତ ହେବେ। ବୁଧବାର ଓ ଗୁରୁବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର ସୁସ୍ବାଦୁ ଭୋଜନ ପ୍ରାପ୍ତି ହେବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣଙ୍କ କବଚ ପାଠ କରନ୍ତୁ।

କନ୍ୟା: ରବିବାର ଧାର୍ମିକ କାର୍ଯ୍ୟ​‌େ​‌ର ଯୋଗ ଦେବେ। ସୋମବାର ଓ ମଙ୍ଗଳବାର ପାରିବାରିକ ଅଶାନ୍ତି ଦେଖାଦେବ। ବୁଧବାର ଓ ଗୁରୁବାର ଆଭୂଷଣ ପ୍ରାପ୍ତ କରିପାରନ୍ତି। ଶୁକ୍ରବାର ଓ ଶନିବାର ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍। ରିଷ୍ଟଖଣ୍ଡନ ପାଇଁ ଦୁର୍ଗାଙ୍କ ସହସ୍ର ନାମ ପାଠ କରନ୍ତୁ।

ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟରେ ପଦୋନ୍ନତି ମିଳିବ। ବୁଧବାର ଓ ଗୁରୁବାର କାର୍ଯ୍ୟ ସିଦ୍ଧି ହେବ। ଶୁକ୍ରବାର ଓ ଶନିବାର ନୂତନ ଜମି ପ୍ରାପ୍ତ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ରିଷ୍ଟଖଣ୍ଡନ ପାଇଁ ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ।

ବିଛା: ରବିବାର ଓ ସୋମବାର ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପଦମର୍ଯ୍ୟାଦା ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଶତ୍ରୁ ବୃଦ୍ଧି ପାଇବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀନୃସିଂହ କବଚ ପାଠ କରନ୍ତୁ।

ଧନୁ: ରବିବାର ଅସୁବିଧାରେ ପଡ଼ିବେ। ସୋମବାର ଓ ମଙ୍ଗଳବାର ମଧ୍ୟମ ସଫଳତା ଲାଭ କରିବେ। ବୁଧବାର ଓ ଗୁରୁବାର ପାରିପାର୍ଶ୍ବିକ ପରିସ୍ଥିତିରୁ ଲାଭ ପାଇବେ। ଶୁକ୍ରବାର ଓ ଶନିବାର ଋଣଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ମକର: ରବିବାର ପ୍ରେମରେ ସଫଳତା ପାଇବେ। ସୋମବାର ଓ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହେବେ। ବୁଧବାର ଓ ଗୁରୁବାର ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଶୁକ୍ରବାର ଓ ଶନିବାର ନୂତନ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ରନାମ ପାଠ କରନ୍ତୁ।

କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଅନୁକୂଳ ଫଳ ଲାଭ କରିବେ। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। ଶୁକ୍ରବାର ଓ ଶନିବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମୀନ: ରବିବାର ଓ ସୋମବାର ମଧ୍ୟମ ଫଳ ପ୍ରାପ୍ତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ନୂତନ ନିଯୁକ୍ତି ସମ୍ଭାବନା ଅଛି। ଶୁକ୍ରବାର ଓ ଶନିବାର ଆର୍ଥିକ ଅବନତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନୋବିଷ୍ଣୁ ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।

Comments are closed.