ସୋମବାର ରାଶିଫଳ (୦୧/୧୧/୨୦୨୧)

ମେଷ : ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମ ହେବାର ସୂଚନା ମିଳୁଛି। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ପଦୋନ୍ନତି ଘଟିପାରେ। ଶତ୍ରୁ ବିଜୟୀ ହେବେ। ଯାନ-ବାହନସୁଖ ମିଳିବ।

ବୃଷ : ବୁଦ୍ଧିମାନ୍‌ ହେବେ। ଶୌର୍ଯ୍ୟାନ୍ନିତ ହୋଇପାରନ୍ତି। ବିଶାଳ କୀର୍ତ୍ତିର ଅଧିକାରୀ ହେବେ। ଶତ୍ରୁଦମନ କରିବାରେ ପାରଙ୍ଗମ ହେବେ। ପୁତ୍ର ସନ୍ତାନ ପାଇଁ ସୁଖୀ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।

ମିଥୁନ : ଅର୍ଥ ଉପାର୍ଜନ ଆଶାନୁରୂପ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। କାର୍ଯ୍ୟରେ ସଫଳତା ମିଳିବ।

କର୍କଟ : ବିଭିନ୍ନ ସ୍ତରରୁ ଧନାଗମ ହେବ। ନିଃସ୍ବାର୍ଥପର ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ସାହସୀ ହେବେ। କୁଶଳୀ ହୋଇପାରନ୍ତି। ବାଞ୍ଛିତ କାର୍ଯ୍ୟ କରିବାରେ ପାରଙ୍ଗମ ହେବେ। କର୍ମଚଞ୍ଚଳ ରହିବେ।

ସିଂହ : ଆୟ ଅଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିପାରେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।

କନ୍ୟା : ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ଭଲ। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ମଧୁର କଥାରେ ବିରୋଧୀଙ୍କୁ କରାୟତ୍ତ କରିପାରନ୍ତି। ପରିବେଶକୁ ନିର୍ମଳ ରଖିବାକୁ ଯାଇ ବହୁ ବ୍ୟୟ କରିପାରନ୍ତି।

ତୁଳା : କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁଭଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପାଇବେ।

ବିଛା : ରୋଜଗାରର ମାର୍ଗ ଉନ୍ମୁକ୍ତ ଅଛି। ସୁସମ୍ବାଦ ମିଳିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ସମୟ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।

ଧନୁ : କର୍ମଚଞ୍ଚଳ ରହିବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ମିଳିବ ଓ ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଉଚ୍ଚମାନର ଉଦ୍ୟୋଗୀ ହୋଇପାରନ୍ତି।

ମକର : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଆର୍ଥିକ ଅବସ୍ଥାରେ ନିମ୍ନଗାମୀ ହୋଇପାରନ୍ତି । ଉନ୍ନତିମୂଳକ କାର୍ଯ୍ୟରେ ବାଧାବିଘ୍ନ ଉପୁଜିବାର ସମ୍ଭାବନା ଅଛି। ପରୋପକାରୀ ଓ ବିଦ୍ବାନ୍‌ ହୋଇପାରନ୍ତି। ସ୍ବଳ୍ପ ଧନାଗମର ସୂଚନା ମିଳୁଛି।

କୁମ୍ଭ : ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ କରଣୀୟ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ସମ୍ମାନିତ ହେବେ।

ମୀନ : ବନ୍ଧୁ ସହାୟତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭ ଖବର ମିଳିବ।

Comments are closed.