ସୋମବାର ରାଶିଫଳ (୦୧/୦୩/୨୦୨୧)

ମେଷ: ସୁସ୍ଥ ନିରାମୟ ରହିବେ; କେବଳ ଆଖିରେ ସାମାନ୍ୟ ପୀଡ଼ା ଉପୁଜି ପାରେ। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
ବୃଷ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଠାରୁ ସହାୟତା ମିଳିିବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ। ଧାର୍ମିକ ତେଜସ୍ୱୀ ହେବେ।
ମିଥୁନ: ଦାନଶୀଳ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକ୍ଷେତରୁ ଲାଭବାନ୍ ହେବେ। ଶ୍ରେଣୀ ଓ ବୁଦ୍ଧିମାନ୍ ହୋଇପାରନ୍ତି।
କର୍କଟ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। କଥାରେ ବିନୟ ଭାବ ଓ ସ୍ନେହ, ଶ୍ରଦ୍ଧା ରହିବ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ସ୍ନେହ, ଶ୍ରଦ୍ଧା ମିଳିବ। ବିବାଦରେ ବିଜୟୀ ହେବେ।
ସିଂହ: ଭାଗ୍ୟଶାଳୀ ହୋଇପାରନ୍ତି। ବ୍ୟକ୍ତିତ୍ୱ ଅଧିକ ବିକଶିତ ହୋଇପାରେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି। ମଧୁରଭାଷୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରୁ ଅଧିକ ଧନ ମିଳିବ।
କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଉଣା ହେବ ନାହିଁ। ସୁସ୍ଥ ଓ ନିରାମୟ ରହିବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଧନ ସମ୍ପଦ ଭରପୁର ରହିବ। କରିତ୍କର୍ମା ହେବେ। ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି। ସରକାରୀ କୃପା ଲାଭ କରିପାରନ୍ତି।
Related Posts
Comments are closed.