ମଙ୍ଗଳବାର ରାଶିଫଳ (୦୧/୦୨/୨୦୨୨)

ମେଷ : ସେବାକର୍ମରତ, ବିନୀତ, ସତ୍ୟଯୁକ୍ତ, ସ୍ତ୍ରୀପୁତ୍ର ପ୍ରୀତିଯୁକ୍ତ ହେବେ। ଅଶ୍ବିନୀ ନକ୍ଷତ୍ରଜାତ ବ୍ୟକ୍ତି, ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ଚପଳମତି ହେବେ। କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳଯୁକ୍ତ ହେବେ।

ବୃଷ : ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି ବୀରତ୍ବ ପ୍ରକାଶ କରିବେ। ବିନୀତ ସ୍ବଭାବ, ଭୋଗୀ, ସୁଖୀ, ରାଜସେବକ, ଉତ୍ତମ ବୃତ୍ତିଧାରୀ ହେବେ। ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ। କୃତ୍ତିକାର ସାମାନ୍ୟ ଫଳ।

ମିଥୁନ : ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ଉତ୍ତମ ପରାମର୍ଶଦାତା ହେବେ। ସ୍ବୀକୃତିସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ଓ ବ୍ରତକର୍ତ୍ତା ହେବେ। ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭ।

କର୍କଟ : ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପତ୍ନୀ ମନୋହାରିଣୀ, ସୌଭାଗ୍ୟଯୁକ୍ତା, କଳଙ୍କ ରହିତା ସଂଯତା ହେବେ। ସେବା ମନୋଭାବର ହେବେ। ବ୍ୟବସାୟରୁ ଲାଭ ମିଳିବ। ଅଶ୍ଲେଷା ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭ।

ସିଂହ : ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଋଣମୁକ୍ତ ହେବାର ସୂଚନା ମିଳୁଛି। ପତ୍ନୀଙ୍କ ଧନରେ ସୁଖୀ ହେବେ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରର ସାମାନ୍ୟ ଶୁଭ।

କନ୍ୟା : ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ତେଜୀୟାନ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ହସ୍ତା ନକ୍ଷତ୍ରର ସାମାନ୍ୟ ଫଳ।

ତୁଳା : ସ୍ବାତୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସୁଖର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦିରେ ପଟୁ ହେବେ। ଧନ ସହିତ ଯାନବାହନ ସୁଖ ମିଳିବ। ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ ଫଳ।

ବିଛା : ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ଜନସାଧାରଣ ଓ ସରକାରଙ୍କ କୃପାପାତ୍ର ହେବେ। ବହୁ ମିତ୍ରଙ୍କ ସହାୟତା ପାଇବେ। ସୁସ୍ଥ ଓ ନିରାମୟ ରହିବେ। ନିର୍ଭୟରେ କାର୍ଯ୍ୟ କରିବେ। ଜ୍ୟେଷ୍ଠା ଓ ବିଶାଖାର ସାମାନ୍ୟ ଶୁଭ।

ଧନୁ : ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହେବେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ।

ମକର : ଧନିଷ୍ଠା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ। ବନ୍ଧୁ, ସରକାରଙ୍କ ଦ୍ବାରା ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଚିନ୍ତାଧାରା ଉତ୍ତମ ମାନର ହେବ। ଶ୍ରବଣା ନକ୍ଷତ୍ରର ସାମାନ୍ୟ ଶୁଭ।

କୁମ୍ଭ : ଶତଭିଷା ଓ ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି କ୍ଷମାସାଗର ହେବେ। ବିଜ୍ଞ ବ୍ୟକ୍ତି ଭାବେ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ। ସୁବକ୍ତା ହୋଇପାରନ୍ତି। ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ମୀନ : ଉତ୍ତରାଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ସୁସ୍ଥ ଓ ନିରାମୟ ରହିବେ। ବହୁ ପ୍ରକାରର ଲାଭ ପ୍ରାପ୍ତ ହେବେ। ମିତ୍ରଠାରୁ, ସରକାରୀ ସୂତ୍ରରୁ ଧନପ୍ରାପ୍ତ ହେବେ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସ୍ବଳ୍ପ ଶୁଭଫଳ।

Comments are closed.