ସୋମବାର ରାଶିଫଳ (୧୦/୦୧/୨୦୨୨)

ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଆୟ ଆଶାନୁରୂପ ହେବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ।

ବୃଷ : ଧର୍ମକାର୍ଯ୍ୟରେ ଧନ ବ୍ୟୟ କରି ପାରନ୍ତି। ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି। ସାହସୀ ହେବେ। ଜ୍ଞାନ-ଗରିମାଯୁକ୍ତ ହୋଇପାରନ୍ତି। ଭାଷା ଓ ବ୍ୟବହାର ଭଦ୍ରୋଚିତ ହେବ। ସୁଖୀ ହେବେ।

ମିଥୁନ : ସୁସ୍ଥ ଓ ନିରାମୟ ରହିବେ। ଯଶ ଅର୍ଜନ କରିପାରନ୍ତି। ଲୋକପ୍ରିୟ ହେବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ପ୍ରାପ୍ତ ହେବେ। ତନ୍ତ୍ର-ମନ୍ତ୍ର ଓ ଜ୍ୟୋତିଷ ବିଦ୍ୟା ଶିଖିବେ।

କର୍କଟ : କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହ-ସଦ୍ଦିଚ୍ଛା ଭାବ ରହିବ।

ସିଂହ : ଭାଗ୍ୟଶାଳୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇପାରେ। ପ୍ରସିଦ୍ଧ କାର୍ଯ୍ୟ ପାଇଁ ସହମତି ପ୍ରଦାନ କରିବେ। ଅଷ୍ଟମ ଚନ୍ଦ୍ର ଯୋଗଁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ।

କନ୍ୟା : ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇପାରେ। ପ୍ରସିଦ୍ଧ କାର୍ଯ୍ୟ ପାଇଁ ସହମତି ପ୍ରଦାନ କରିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ରହିବେ।

ତୁଳା : ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ଲାଭଜନକ ହେବ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।

ବିଛା : ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।

ଧନୁ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବାର ସମ୍ଭାବନା ରହିଛି।

ମକର : ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ବଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମରୁ ଲାଭବାନ୍‌ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

କୁମ୍ଭ : ମନ ପ୍ରସନ୍ନ ରହିବ। ଈଶ୍ବର ଭକ୍ତିରେ ଶକ୍ତି ସମ୍ପନ୍ନ ହେବେ। ମଧୁର ଭାଷା ଓ ବ୍ୟବହାର ବଡ଼ପଣିଆର ନିଦର୍ଶନ ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

ମୀନ : ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ସ୍ବଭାବ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରୁ ଅଧିକ ଧନ ଲାଭ କରିବେ। ମିତ୍ରଙ୍କଠାରୁ ସହାୟତା ମିଳିବ।

Comments are closed.