ସୋମବାର ରାଶିଫଳ (୧୯/୧୦/୨୦୨୦)

ମେଷ: ଜଟିଳ ସମସ୍ୟା ଦେଖା ଦେଇପାରେ। ଭୋଜନ ତୃପ୍ତିଦାୟକ ନ ହୋଇପାରେ। ସ୍ୱାଭିମାନୀ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଉପଯୁକ୍ତ ପରାମର୍ଶ ଦାତା ହେବେ। ଦେବ-ଦ୍ୱିଜ ପରାୟଣ ହେବେ।
ବୃଷ: ବହୁ ସୁଖର ଅଧିକାରୀ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ସ୍ଥିର କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନ ମିଳିବ। ସପରିବାର ଆନନ୍ଦ ଉପଭୋଗ କରିପାରନ୍ତି।
ମିଥୁନ: ପଦକ୍ଷେପ ସନ୍ତୋଷଜନକ ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଭାବ ବିହ୍ବଳ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହଛି। ଋଣପରିଶୋଧ କରି ଚିନ୍ତାମୁକ୍ତ ହେବେ।
କର୍କଟ: ଚିନ୍ତାଧାରା ଉନ୍ନତମାନର ହେବ। ଅଧ୍ୟାପନା ପାଇଁ ପୂର୍ବ ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୁଯୋଗ ଅଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସିଂହ: ଗମନାଗମନ ଖର୍ଚ୍ଚ ବହୁଳ ହୋଇପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ। କର୍ମଚଞ୍ଚଳ ରହିବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି।
କନ୍ୟା: ଜନ ସମର୍ଥନ ପାଇ ଖୁସି ହେବେ। ଶ୍ରମ ସାର୍ଥକ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରିବେ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।
Related Posts
Comments are closed.