ସୋମବାର ରାଶିଫଳ (୧୮/୦୪/୨୦୨୨)

ମେଷ : ବନ୍ଧୁମିଳନ ଘଟିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଶୁଭପ୍ରଦ ହେବ। ଅହଂଭାବକୁ ସମର୍ପି ଦେବେ।

ବୃଷ : ବଦ୍‌ଖର୍ଚ୍ଚୀ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। କର୍ତ୍ତବ୍ୟନିଷ୍ଠ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ସମ୍ମାନିତ ହେବେ।

ମିଥୁନ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବ୍ବସାୟାଦି ବିଭିନ୍ନ ଦିଗରୁ ଆସିବ।

କର୍କଟ : ଉଦାର ପ୍ରକୃତିର ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମ ଲାଭଦାୟକ ହେବ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ସିଂହ : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ଓ ବ୍ୟବହାର ମଧୁର ହେବ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁ ପ୍ରେମୀ ଓ ବିଦ୍ବାନ୍‌ ହେବେ।

କନ୍ୟା : ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ସ୍ବଭାବ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କଠାରୁ ସହାୟତା ମିଳିବ।

ତୁଳା : ରୋଜଗାର ଊଣା ହେବ ନାହିଁ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

ବିଛା : କର୍ମଚଞ୍ଚଳ ରହିବେ। ଏକାନ୍ତପ୍ରିୟ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ଶତ୍ରୁ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ। ସାହସୀ ଓ ଜ୍ଞାନୀ ହେବେ।

ଧନୁ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ।

ମକର : ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ।

କୁମ୍ଭ : ଭାଗ୍ୟଶାଳୀ ହେବେ। ବିଳାସ-ବ୍ୟସନଠାରୁ ଦୂରେଇ ରହିବେ। କର୍ମଚଞ୍ଚଳ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ପ୍ରବଳ ଉଦ୍ୟୋଗୀ ହେବେ।

ମୀନ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ସାରାଦିନ ସତର୍କରେ ଚଳିବେ।

Comments are closed.