ସୋମବାର ରାଶିଫଳ(୧୬/୧୧/୨୦୨୦) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By ସମାଜ ଡେସ୍କ Last updated Nov 16, 2020 Share ମେଷ: ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ଜାତବ୍ୟକ୍ତିମାନେ ସମ୍ମାନାସ୍ପଦ ହେବେ। ଉପଯୁକ୍ତ ପରାମର୍ଶଦାତା ହେବେ। ସ୍ୱକୃତି ସମ୍ପନ୍ନ ହୋଇପାରନ୍ତି। ଶାସ୍ତ୍ରଜ୍ଞାତା ହେବେ। ବ୍ରତକର୍ତ୍ତା ହୋଇପାରନ୍ତି। କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ। ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବନ୍ଧୁ ମିଳିନ ଘଟିପାରେ। ଭାଗ୍ୟୋନ୍ନତିର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି। କୃତ୍ତିକା ଓ ମୃଗଶିରା ନକ୍ଷତ୍ରଙ୍କର ସାମାନ୍ୟ ଶୁଭ। ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଈପ୍ସିତ କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ଓ କାବ୍ୟକର୍ତ୍ତା ହୋଇପାରନ୍ତି। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଫଳ। କର୍କଟ: ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ସମ୍ମାନିତ ହେବେ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବହୁବିଧ ସମ୍ମାନର ଅଧିକାରୀ ହେବେ। ପୁନର୍ବସୁର ଚିନ୍ତା ବୃଦ୍ଧି ହେବ। ସିଂହ: ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତବ୍ୟକ୍ତି ବାଧା, ବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ କାର୍ଯ୍ୟରେ ସଫଳତା ଲାଭ କରିବେ। ପରଧନରେ ଧନୀ ହେବେ। ମହିଳାମାନଙ୍କର ସାହାଯ୍ୟକାରୀ ହେବେ। ଉତ୍ତରା ଫାଲ୍ଗୁନୀର ସାମାନ୍ୟ ଫଳ। କନ୍ୟା: ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଯାତ୍ରା ଫଳଦାୟକ ହେବ। ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିଳାସ ବ୍ୟସନ ଯୋଗ ଅଛି। କର୍ମଚଞ୍ଚଳ ରହିବେ। ଶତ୍ରୁନାଶ କରିପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ। ଉତ୍ତରା ଫାଲ୍ଗୁନୀ ଓ ହସ୍ତାର ସାମାନ୍ୟ ଫଳ। Related Posts ଅହମ୍ମଦାବାଦ ଟେଷ୍ଟ ସହ ଭାରତ ୩-୧ରେ ସିରିଜ… Mar 6, 2021 ସନାତନଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା Mar 5, 2021 ତୁଳା: ସ୍ୱାତି ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଚିନ୍ତାଧାରା ଭବିଷ୍ୟତ ନିର୍ମାଣ କରିବାରେ ସହାୟକ ହେବ। ମହା ପ୍ରଭାବ ସମ୍ପନ୍ନ ହେବେ। ସୁଖୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ବିତ୍ତବାନ୍ ହେବେ। ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭଫଳ। ବିଛା: ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରି ଚାଲିବେ। ବସ୍ତ୍ର ଭୂଷଣ ଲାଭ ହୋଇପାରେ। ସତ୍କର୍ମରେ ନିୟୋଜିତ ହେବେ। ଧର୍ମମାର୍ଗରେ ଆଗକୁ ବଢ଼ିବେ। ପରାକ୍ରମଶାଳୀ ହେବେ। ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଶୁଭ। ଧନୁ: ମୂଳା ନକ୍ଷତ୍ର ଜାତ ବ୍ୟକ୍ତି କର୍ତ୍ତବ୍ୟନିଷ୍ଠ ହେବେ। ସତ୍ୟାନୁରାଗୀ ହେବେ। ସୁବକ୍ତା ହୋଇପାରନ୍ତି। ଅଭୀଷ୍ଟ ପୂରଣ କରିବାରେ ପତ୍ନୀଙ୍କ ସହାୟତା ମିଳିବ। ପୁଣ୍ୟବାନ୍ ହେବେ। ଧନ ଓ ସ୍ତ୍ରୀ ପୁତ୍ର ପ୍ରୀତିଯୁକ୍ତ ହେବେ। ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ାର ସାମାନ୍ୟ ଫଳ। ମକର: ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱଳ୍ପ ଆୟ ହେବ। ସେବା ଭାବନା ମନରେ ରହିବ। ହଠାତ୍ କିଛି ଲାଭ ମିଳିପାରେ। ଗରୁକୃପା ଲାଭ କରିପାରନ୍ତି। ମୂଲ୍ୟବାନ୍, ଦ୍ରବ୍ୟ ମିଳିପାରେ। ଉତ୍ତରାଷାଢ଼ା ଓ ଧନିଷ୍ଠାର ସାମାନ୍ୟ ଶୁଭଫଳ। କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ଅର୍ଥ ମିଳିପାରେ। ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରର ସନ୍ଧ୍ୟାରେ ଶୁଭ। ମୀନ: ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି ବହୁଧନର ଅଧିକାରୀ ହେବେ। ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ସୁଖୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ସୁଖ ଭୋଗ କରିପାରନ୍ତି। ଉତ୍ତର ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତି ସନ୍ଧ୍ୟାେର ଶୁଭଫଳ ପ୍ରାପ୍ତ ହେବେ। Horoscope 16th Nov 2020odia newsodish anews Share FacebookTwitterWhatsApp