ଶୁକ୍ରବାର ରାଶିଫଳ( ୧୬/୦୪/୨୦୨୧)

ମେଷ : ଭାଗ୍ୟଶାଳୀ ହୋଇପାରନ୍ତି। ଆଦର୍ଶବାଦୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉତ୍ତମ ମିତ୍ରର ସାନ୍ନିଧ୍ୟ ଲାଭ କରି ବିଶେଷ ଉପକୃତ ହେବେ।
ବୃଷ : ସୁଖ ସମ୍ମାନ ଲାଭ କରିପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ କରିପାରନ୍ତି। ସୈନିକମାନେ ରଣକ୍ଷେତ୍ରରେ ଅସୀମ ବଳ, ବିକ୍ରମ ପ୍ରଦର୍ଶନ କରିପାରନ୍ତି। ସମ୍ପଦ ଭରପୂର ରହିବ।
ମିଥୁନ : ସାମୟିକ ଭାବେ ପଥରୋଧର ସମ୍ମୁଖୀନ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଥଣ୍ଡା କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ। ମଧୁର କଥାରେ ପରକୁ ଆପଣାର କରିବେ।
କର୍କଟ : ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ୱୀ ହେବେ। କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତି ସହିତ ସମ୍ମାନ ପ୍ରାପ୍ତ ହେବେ। ଗୃହ ସୁଖ ସହିତ ଯାନବାହନ ସୁଖ ମିଳିବ।
ସିଂହ : କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ। ଶୃଙ୍ଗାର କିମ୍ବା ଔଷଧ ବ୍ୟବସାୟ ଲାଭଜନକ ହେବ।
କନ୍ୟା : ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍ ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହୋଇପାରନ୍ତି।
Related Posts
Comments are closed.